ଯାଜପୁରରେ ଲୋକାର୍ପିତ ହେଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ଭବନ
ଯାଜପୁର ଜିଲ୍ଲାରେ ଲୋକାର୍ପିତ ହେଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ଭବନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି । ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ଓ ୫ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।
ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ଲୋକାର୍ପିତ ହେଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ଭବନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି । ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ଓ ୫ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏସଏଚଜିଙ୍କୁ ଋଣର ସୁଧ ଫେରସ୍ତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମିଶନଶକ୍ତି ସ୍ଳେଗାନ ନୁହେଁ ବରଂ ଜୀବନଧାରା ପାଲଟିଛି । ମା'ମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାକୁ ଚାହେଁ । ଓଡ଼ିଶାର ରୂପାନ୍ତରଣରେ ସେମାନଙ୍କର ବଡ଼ ଭୂମିକା ରହିଛି ।
ତେବେ ୧୨୫ କୋଟିର ସୁଧ ରିହାତି ବାଣ୍ଟିବେ ସରକାର। ଉପକୃତ ହେବେ ୨.୫ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ।












Click it and Unblock the Notifications