Get Updates
Get notified of breaking news, exclusive insights, and must-see stories!

ମହାମାରୀ ଭିତରେ ଭଲ ଖବର, ରାଜ୍ୟର ପ୍ରଥମ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଆକ୍ରାନ୍ତ ସୁସ୍ଥ ହେଲେ

ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ରହିଛି। ମାର୍ଚ୍ଚ ୩୦ ତାରିଖରେ ସେ କୋଭିଡ ଟିକା ନେଇଥିବା ବେଳେ ଏପ୍ରିଲ ୨୩ ତାରିଖରେ ସଂକ୍ରମିତ ହୋଇଥିଲେ।

ଦେବଗଡ: ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ରହିଛି। ମାର୍ଚ୍ଚ ୩୦ ତାରିଖରେ ସେ କୋଭିଡ ଟିକା ନେଇଥିବା ବେଳେ ଏପ୍ରିଲ ୨୩ ତାରିଖରେ ସଂକ୍ରମିତ ହୋଇଥିଲେ। କୋଭିଡରେ ଆକ୍ରାନ୍ତ ଥାଇ ସେ ଘରେ ଚିକିତ୍ସିତ ହୋଇଥିଲେ ଏବଂ ୨୦ ଦିନରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା କହିଛନ୍ତି।

Delta Plus Variant

ଅନ୍ୟପଟେ ଆଜି ରାଜ୍ୟରେ ୯ ଲକ୍ଷ ପାର ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଅବଶ୍ୟ ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୬୩ ହଜାରରୁ ଅଧିକ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିଭଳି ରାଜ୍ୟରେ ଆଉ ୩୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୧୯୪୩ଟି ମାମଲା ଆସିଥିବା ବେଳେ ୧୪୬୫ଟି ମାମଲା ସ୍ଥାନୀୟ ସଂକ୍ରମଣ । ନୂତନ ୩୪୦୮ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୭୦କୁ ବୃଦ୍ଧି ପାଇଛି ।

୩୪୦୮ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୪୬୫ଟି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୫୩, ଯାଜପୁରରୁ ୨୫୮, ବାଲେଶ୍ୱରରୁ ୨୫୧, ପୁରୀରୁ ୨୧୫, ଭଦ୍ରକରୁ ୧୬୯, ନୟାଗଡ଼ରୁ ୧୬୦ ଓ ମୟୂରଭଞ୍ଜ ଜିଲ୍ଲାରୁ ୧୫୮ ଜଣ ଅଛନ୍ତି।

ଅନୁଗୋଳ ଜିଲ୍ଲାରୁ ୯୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୪, ବଲାଙ୍ଗିରରୁ ୨୨, ବୌଦ୍ଧରୁ ୨୮, ଦେବଗଡ଼ରୁ ୪, ଢେଙ୍କାନାଳରୁ ୭୩, ଗଜପତିରୁ ୧୪, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୦୩, ଝାରସୁଗୁଡ଼ାରୁ ୧୯, କେନ୍ଦ୍ରାପଡ଼ାରୁ ୧୧୦, କେନ୍ଦୁଝରରୁ ୭୦, କୋରାପୁଟରୁ ୭୬, ମାଲକାନଗିରିରୁ ୭୩, ନବରଙ୍ଗପୁରରୁ ୪୩, ନୂଆପଡ଼ାରୁ ୬, ରାୟଗଡ଼ାରୁ ୭୭, ସମ୍ବଲପୁରରୁ ୨୮, ସୋନପୁରରୁ ୧୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩୭ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି କରୋନାରେ ପ୍ରାଣ ହରାଇଥିବା ଆଉ ୩୯ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଅଛନ୍ତି। ବରଗଡ଼, କଟକ ଓ ନୟାଗଡ଼ ଜିଲ୍ଲାରୁ ୫ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଏବଂ ଗଂଜାମ, କେନ୍ଦ୍ରାପଡ଼ା, ମୟୂରଭଂଜ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି। ପୁରୀ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+