For Quick Alerts
Turn On Notification  
For Daily Alerts
Oneindia App Download

Breaking: ବାଣଫୁଟି ୨୦ ଆହତ, କାର୍ତ୍ତିକେଶ୍ୱର ଭସାଣ ବେଳେ ଘଟିଲା ଅଘଟଣ

ଜିଲ୍ଲା ସଦର ଥାନା ଅଞ୍ଚଳରେ କାର୍ତ୍ତିକେଶ୍ୱର ଭସାଣ ବେଳେ ବାଣ ଫୁଟି ୨୦ରୁ ଅଧିକ ଗୁରୁତର । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ।

|

କେନ୍ଦ୍ରାପଡ଼ା: ଜିଲ୍ଲା ସଦର ଥାନା ଅଞ୍ଚଳରେ କାର୍ତ୍ତିକେଶ୍ୱର ଭସାଣ ବେଳେ ବାଣ ଫୁଟି ୨୦ରୁ ଅଧିକ ଗୁରୁତର । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ । ସମସ୍ତ ଗୁରୁତରଙ୍କୁ କେନ୍ଦ୍ରାପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

Firecracker Explosion at Kendrapara

ମିଳିଥିବା ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଞ୍ଚଳରେ ଆଜି କାର୍ତ୍ତିକେଶ୍ୱର ମେଢ଼ ଭସାଣି ବେଳେ ଘଟିଛି ଅଘଟଣ । ବାଣ ଫୁଟାଇ ଶୋଭାଯାତ୍ରା ଚାଲିଥିବା ବେଳେ ବାଣୁଆ ବାଣ ଫୁଟାଇଥିଲା, ହେଲେ କୌଣସି କାରଣରୁ ବାଣ ଉପରକୁ ନଯାଇ ଫୁଟି ଯାଇଥିଲା । ସମସ୍ତ ବାଣ ଏକାବେଳେ ଫୁଟିବାରୁ ପ୍ରଚଣ୍ଡ ଶବ୍ଦ କରିଥିଲା। ଏହା ଚାରିଆଡ଼କୁ ଛିଟିକିବାରେ ଲାଗିଥିଲା। ଫଳରେ ଭସାଣରେ ଡିଜେ ବଜାଇ ନାଚୁଥିବା, ବାଣ ଦେଖୁଥିବା ଓ ଆଖପାଖରେ ଦୋକାନ କରିଥିବା ଲୋକଙ୍କ ଉପରେ ବାଣ ନିଆଁ ହୋଇଥିଲା। ଫଳରେ ବହୁ ସଂଖ୍ୟକ ଲୋକ ଆହତ ହୋଇଥିଲେ।

ସେଠାରେ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ରେଫର କରାଯାଇଛି। ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ଏହି ଅଘଟଣ ଘଟିଛି। ସେପଟେ କେନ୍ଦ୍ରାପଡ଼ା ଡାକ୍ତରଖାନାର ଜଳାପୋଡ଼ା ଚିକିତ୍ସା ବିଭାଗରେ ଆବଶ୍ୟକ ସଂଖ୍ୟକ ଶଯ୍ୟା ନ ଥିବାରୁ ଏତେ ସଂଖ୍ୟକ ଆହତଙ୍କୁ କିପରି ଚିକିତ୍ସା କରାଯିବ ସେ ନେଇ ସଙ୍କଟ ସୃଷ୍ଟି ହୋଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha: Firecracker Explosion at Kendrapara, 20 Injured
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X