ଆହୁରି ଦକ୍ଷ ହେବ ଅଗ୍ନିଶମ ସେବା ବିଭାଗ; ୨୬ ନୂତନ ପଦବୀକୁ ଅନୁମୋଦନ
ଭୁବନେଶ୍ୱର: ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରୁଛନ୍ତି । ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ୍ ଓ କୋଡିଏଟି ଫାୟାର ମ୍ୟାନ୍ ପଦବୀ ରହିଛି ।
ଏହି ନୂତନ ପଦବୀ ସୃଷ୍ଟି ହେବା ଫଳରେ ଅଗ୍ନିଶମ ସେବା ବିଭାଗ ଆହୁରି ଅଧିକ ଦକ୍ଷ ଭାବରେ ଲୋକଙ୍କୁ ସେବା ଯୋଗାଇଦେବ ବୋଲି ଆଶା କରାଯାଏ । ଏହା ସହ ଓଡ଼ିଶା ଅଗ୍ନିସେବା ଆହୁରି ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି।

ପ୍ରକାଶ ଥାଉକି, 'ଓଡ଼ିଶା ଅଗ୍ନିଶମ ସେବା' ବିଭାଗ ଅତୀତରେ ଉଲ୍ଲେଖନୀୟ କାମ କରିଛି । ବନ୍ୟା, ବାତ୍ୟା ଏବଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭାଗର କର୍ମଚାରୀ ମାନେ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ ହୋଇ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥାନ୍ତି । ବିପର୍ଯ୍ୟୟ ସମୟରେ ଏହି ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇଥାନ୍ତି ।
ଏହା ସହ ସର୍ବଦା ଲୋକଙ୍କ ସେବା କରି ଅନେକ ପ୍ରଶଂସା ପାଇଛି 'ଓଡ଼ିଶା ଅଗ୍ନିଶମ ସେବା' ବିଭାଗ। ଆସିଥିବା ଅନେକ ଦୁର୍ବିପାକରୁ ଓଡିଆବାସୀଙ୍କୁ ସୁରକ୍ଷା ପ୍ରଦାନ କରିଛି।












Click it and Unblock the Notifications