ପ୍ରକାଶ ପାଇଲା ୧୪୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୁଡାନ୍ତ ଭୋଟର ତାଲିକା
ରାଜ୍ୟର ୧୪୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ପ୍ରକାଶ ପାଇଛି ।
ଭୁବନେଶ୍ୱର: ରାଜ୍ୟର ୧୪୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ପ୍ରକାଶ ପାଇଛି । ଜାନୁଆରୀ ୧ ତାରିଖକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଗ୍ରହଣ କରାଯାଇ ରାଜ୍ୟର ୫୮ଟି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ୩୦ଟି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ରାଜ୍ୟର ସବୁ ବୁଥ୍ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟରେ ୨୦୨୩ ମସିହାରେ ଫଟୋ ଭୋଟର ତାଲିକା ପ୍ରକାଶ କରାଯାଇଛି ।

ବରଗଡ଼ ଜିଲ୍ଲାର ୦୧- ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ କାର୍ଯ୍ୟ ହୋଇଥିବା ଦୃଷ୍ଟିରୁ ସେଠାରେ ବର୍ତ୍ତମାନ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ଚାଲୁ ରହିଛି । ୧୪୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଫଟୋ ଭୋଟର ତାଲିକା ଗତ ୦୯ ତାରିଖରେ ପ୍ରକାଶିତ ହୋଇଥିଲା । ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଦାବି ଓ ଆପତ୍ତି, ଭୋଟର ତାଲିକାରୁ ନାମ ବାଦଦେବା, ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଏବଂ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରଣ କରିବା ଇତ୍ୟାଦି ଆବେଦନ ଗୁଡ଼ିକୁ ନଭେମ୍ବର ୦୯ ତାରିଖରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ମଧ୍ୟରେ ୫,୯୪,୬୧୩ଟି ଦରଖାସ୍ତକୁ ଭୋଟର ତାଲିକାଭୁକ୍ତ କରିବା ଲାଗି ଅନୁମୋଦନ କରାଯାଇଛି । ଭୋଟର ତାଲିକାରୁ ନାମ ବାଦ ଦେବା ନିମନ୍ତେ ଫର୍ମ ନଂ-୭ ଜରିଆରେ ୩,୨୪,୨୩୧ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା ଓ ୩,୨୦,୫୦୬ ଜଣଙ୍କ ନାମ ଭୋଟର ତାଲିକାରୁ ବାଦଦେବା ନିମନ୍ତେ ଅନୁମୋଦନ ଲାଭ କରିଥିଲା । ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଏବଂ ବାସସ୍ଥାନ ପରିବର୍ତ୍ତନ ନିମନ୍ତେ ଫର୍ମ ନଂ-୮ରେ ଗ୍ରହଣ କରାଯାଇଥିବା ୨,୧୪,୦୦୦ ଦରଖାସ୍ତକୁ ଅନୁମୋଦନ କରାଯାଇଛି । ୨୦୨୩ ମସିହାର ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ସର୍ବମୋଟ ୩,୨୩,୪୯,୩୪୧ ଜଣ ଭୋଟର ଅଛନ୍ତି । ସେଥି ମଧ୍ୟରୁ ୧,୬୪,୯୬,୧୫୩ ଜଣ ପୁରୁଷ ଭୋଟର ହୋଇଥିବା ବେଳେ ୧,୫୮,୪୯,୯୬୬ ଜଣ ମହିଳା ଏବଂ ୩୨୨୨ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି ।
ଏତଦ୍ ବ୍ୟତୀତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ମଧ୍ୟରେ ୧୭ ବର୍ଷରୁ ଊଦ୍ଧ୍ୱର୍ ୭୮,୨୬୦ ଜଣ ଯୁବ ଭୋଟରଙ୍କ ଆଗୁଆ ଦରଖାସ୍ତ ଗ୍ରହଣ କରାଯାଇଛି ଏବଂ ପରବର୍ତ୍ତୀ ଯୋଗ୍ୟତାସୂଚକ ତାରିଖ ସମୟରେ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ । ଫଟୋ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟରମାନଙ୍କର ଫଟୋ ଭୋଟର ପରିଚୟ ପତ୍ର ସ୍ପିଡ଼୍ ପୋଷ୍ଟ ଡାକ ଯୋଗେ ଘର ଠିକଣାରେ ବିନା ମୂଲ୍ୟରେ ପହଞ୍ଚିବ । ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ସମୟରେ ସମାଜର ନିର୍ଦ୍ଦିଷ୍ଟ ଦୁର୍ବଳ ଶ୍ରେଣୀର ଆଦିମ ଜନଜାତି ନିର୍ବାଚକମାନଙ୍କ ଯଥା ପିଭିଟିଜି, ତୃତୀୟଲିଙ୍ଗ, ଯୌନକର୍ମୀ ଏବଂ ଭିନ୍ନକ୍ଷମମାନଙ୍କୁ ଫଟୋ ଭୋଟର ତାଲିକା ଭୁକ୍ତ କରିବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା । ନିର୍ଦ୍ଦିଷ୍ଟ ଦୁର୍ବଳ ଶ୍ରେଣୀର ଆଦିବାସୀମାନେ ବସବାସ କରୁଥିବା ଜିଲ୍ଲାଗୁଡ଼ିକରେ ୨୨୭ ଗୋଟି ସ୍ୱତନ୍ତ୍ର ପ୍ରଚାର ଅଭିଯାନ କରାଯାଇ ଯୋଗ୍ୟ ନିର୍ବାଚକମାନଙ୍କୁ ତାଲିକାଭୁକ୍ତ କରାଯାଇଛି ।
୨୦୨୩ ମସିହାର ଚିଠା ଭୋଟର ତାଲିକାରେ ରାଜ୍ୟର ଲିଙ୍ଗ ଅନୁ ପାତ ୯୫୯ ଜଣରୁ ଚୂଡ଼ାନ୍ତ ଫଟୋ ଭୋଟର ତାଲିକାରେ ଲିଙ୍ଗ ଅନୁ ପାତ ୯୬୧କୁ ବୃଦ୍ଧି ପାଇଛି । ସେହି ପରି ୨୦୨୩ ମସିହା ଫଟୋ ଭୋଟର ତାଲିକା ଅନୁସାରେ ୧୮-୧୯ ବର୍ଷର ଭୋଟରଙ୍କ ସଂଖ୍ୟା ୨,୧୦,୨୬୮ରୁ ୪୪୬୭୭୯କୁ ବୃଦ୍ଧି ପାଇଛି । ୨୦୨୨ ମସିହାର ଫଟୋ ଭୋଟର ତାଲିକାରେ ଶତକଡ଼ା ୯୯.୭୪% ଫଟୋ ନିର୍ବିାଚକ ଥିବାବେଳେ ୨୦୨୩ ମସିହାରେ ଚୂଡ଼ାନ୍ତ ଫଟୋ ଭୋଟର ତାଲିକାରେ ଶତକଡ଼ା ୯୯.୯୯% ଫଟୋ ନିର୍ବାଚକ ଅଛନ୍ତି ।
ସେହିପରି ୨୦୨୩ର ଭୋଟର ଫଟୋ ପରିଚୟ ପତ୍ରଧାରୀଙ୍କ ସଂଖ୍ୟା ଶତକଡ଼ା ୯୯.୯୯କୁ ବୃଦ୍ଧି ପାଇଛି । ୨୦୨୩ ମସିହାର ଚିଠା ଭୋଟର ତାଲିକାରେ ୪୯୮୯୭ ଜଣ ସର୍ଭିସ ଭୋଟର ଥିବାବେଳେ ୨୦୨୩ର ଚୂଡ଼ାନ୍ତ ଭୋଟର ତାଲିକାରେ ଏହା ବୃଦ୍ଧି ପାଇ ୪୯୯୧୯ ଜଣ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
-
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର -
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ -
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ -
ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା -
ଭାରତ ମଧ୍ୟସ୍ଥ ହେଲେ ସ୍ବାଗତ କରିବୁ: ଟ୍ରମ୍ପ -
ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ -
ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା





Click it and Unblock the Notifications