ମାଲେସିଆ ବୁଲିବେ ଓଡ଼ିଶା ଚାଷୀ
Odisha News: ମାଲେସିଆ ବୁଲିବେ ଓଡ଼ିଶା ଚାଷୀ । କୃଷି ବିଭାଗ ପକ୍ଷରୁ ୮ ଦିନିଆ ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ । ରାଜ୍ୟର ବିଭିନ୍ନ ଅଞ୍ଚଳର ୧୪ ଜଣ ଚାଷୀ ଓ ୧୪ ଅଧିକାରୀ ମାଲେସିଆ ଯିବା ନେଇ ସୂଚନା ରହିଛି । ଏହି କାର୍ଯ୍ୟକ୍ରମର ଦାୟିତ୍ୱ ନେବେ ନାବାର୍ଡ ଓ ବିଶ୍ୱ ବ୍ୟାଙ୍କ । ଛତୁ ଉତ୍ପାଦନ, ଆଧୁନିକ ଉଦ୍ୟାନ କୃଷି ପ୍ରଣାଳୀ ଶିଖିବେ ଚାଷୀ ।

ଆଜି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଆସନ୍ତାକାଲିଠୁ ୭ ଦିନିଆ ମାଲେସିଆ ଗସ୍ତରେ ଯିବେ ୨୪ ଜଣ ଚାଷୀ । ଛତୁ ଉତ୍ପାଦନ, ଆଧୁନିକ ପ୍ରଣାଳୀରେ ଉନ୍ନତ ଉଦ୍ୟାନ କୃଷି ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଶିଖିବାର ନୂଆ କୌଶଳ ମଧ୍ୟ ଶିଖିବେ ।
ସେହିପରି ଉପମୁଖ୍ୟମନ୍ତ୍ରୀ ମାଲେସିଆ ଗସ୍ତ ସମୟର ପ୍ରତି ଦିନର ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଷୀ ଓ ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି ରିପୋର୍ଟ ନଦେଲେ ପଦନ୍ନୋତି ସମୟରେ ଏହାକୁ ବିଚାର କରାଯିବ ବୋଲି ଚେତାଇ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।












Click it and Unblock the Notifications