ରାଜ୍ୟରେ ବଢିଛି ଚାଷୀଙ୍କ ମାସିକ ଆୟ, ୨୦୧୯ରେ ଥିଲା ୫୦୧୨ ଟଙ୍କା: କୃଷିମନ୍ତ୍ରୀ

ରାଜ୍ୟରେ ଚାଷୀ ପରିବାରର ମାସିକ ଆୟ ବୃଦ୍ଧି ଘଟିଛି । ୨୦୧୨ରେ ଚାଷୀ ପରିବାରର ମାସିକ ଆୟ ୪୯୭୬ ଟଙ୍କା ଥିଲା ବେଳେ ୨୦୧୯ରେ ଏହା ୫୦୧୨ ଟଙ୍କାକୁ ବୃଦ୍ଧିପାଇଛି ।

Agriculture Minister

ଭୁବନେଶ୍ୱର: ରାଜ୍ୟରେ ଚାଷୀ ପରିବାରର ମାସିକ ଆୟ ବୃଦ୍ଧି ଘଟିଛି । ୨୦୧୨ରେ ଚାଷୀ ପରିବାରର ମାସିକ ଆୟ ୪୯୭୬ ଟଙ୍କା ଥିଲା ବେଳେ ୨୦୧୯ରେ ଏହା ୫୦୧୨ ଟଙ୍କାକୁ ବୃଦ୍ଧିପାଇଛି । ବାତ୍ୟା ଓ ମରୁଡି ଚାଷୀଙ୍କ ଆୟରେ ବାଧକ ସାଜିଛି । ବିଧାନସଭାରେ ବୁଧବାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା କହିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଦିଆଯାଉଛି । ୨୦୧୯ ରେ ସର୍ବେକ୍ଷଣ ସମୟରେ ସାମୁଦ୍ରିକ ଘୁର୍ଣ୍ଣିଝଡ଼ ଫନି, ତିତିଲି ପରି ପ୍ରାକୃତିକ ବିପର୍ୟ୍ୟୟ ଚାଷୀଙ୍କ ଆୟ ପ୍ରଭାବିତ କରିଛି ବୋଲି ମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ କେତେ ଭାଗ ଚାଷୀ ଅଛନ୍ତି ?

ସରକାର ଭାଗ ଚାଷୀଙ୍କୁ ଚାଷୀର ମାନ୍ୟତା ଦିଆଯାଉ ନାହି କାହିଁକି ? ଏହି ପ୍ରଶ୍ନରେ କୃଷିମନ୍ତ୍ରୀ କହିଛନ୍ତି, ଭାଗଚାଷୀ ବି ଚାଷୀ, ସେମାନଙ୍କୁ ଚାଷୀ ମାନ୍ୟତା ଦେବା କଥା ଉଠିଲା କେଉଁଠୁ ? ଭାଗଚାଷୀଙ୍କୁ ପୂର୍ବରୁ ସରକାରୀ ସୁବିଧା ମିଳୁ ନଥିଲା । ଗତ କିଛି ଦିନ ହେବ ଫସଲ ଋଣ, ସାର, ବିହନ, କୀଟନାଶକ ପ୍ରଦାନ କରାଯାଉଛି । ଭାଗଚାଷୀଙ୍କ ପାଇଁ ବଳରାମ ଯୋଜନା କରାଯାଇଛି । ରାଜ୍ୟରେ ୯ ଲକ୍ଷ ୫ ହଜାର ୧୯୪ ଭାଗଚାଷୀ ଅଛନ୍ତି ।

ସେହିପରି ଧାନ କିଣିବାକୁ ସରଳୀକରଣ ହୋଇଛି ବ୍ୟବସ୍ଥା । ତେବେ ସେମାନଙ୍କୁ ଜମି ଅଧିକାର ଦେବା ତର୍କର ବିଷୟ ବୋଲି କହିଛନ୍ତି କୃଷିମନ୍ତ୍ରୀ । ବିଭିନ୍ନ ସମୟରେ ଏହାର ସଂସ୍କାର ପାଇଁ ପଦକ୍ଷେପ ନିଆ ଯାଉଥିବା ନେଇ କୃଷି ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ବାଇଁ ଗୃହରେ ଉତ୍ତର ରଖିଛନ୍ତି ।

କୃଷିମନ୍ତ୍ରୀ କହିଛନ୍ତି ଯେ, ଚାଷୀଙ୍କ ଆୟ ନିର୍ଦ୍ଧାରଣ ସର୍ଭେ ପ୍ରତି ୧୦ ବର୍ଷରେ ହେଉଥିଲା । ୨୦୦୨-୦୩ରେ ହୋଇଥିଲା। ତା ପରେ ୨୦୧୨-୧୩ରେ ହେଇଥିଲା। ହେଲେ ହଠାତ ଏହାକୁ ୬ ବର୍ଷ କରାଗଲା । ୨୦୨୨-୨୩ ବଦଳରେ ୨୦୧୯ରେ ହେଲା, ଯାହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ।

୨୦୧୫-୧୬ ଗଣନା ଅନୁସାରେ, ଅନ୍ୟ ଜମିରେ ସମ୍ପୂର୍ଣ୍ଣ ଭାବେ ଚାଷୀ କରୁଥିବା ଚାଷୀଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ୭୧ ଜଣ । ସେହିପରି ନିଜ ଓ ଅନ୍ୟ ଜମିରେ ୬ ଲକ୍ଷ ୨୨ ହଜାର ୧୧୩ ଚାଷୀ ଚାଷ କରୁଛନ୍ତି । ରାଜ୍ୟରେ ଚାଷୀ ସଂଖ୍ୟା ହେଉଛି ୪୮ ଲକ୍ଷ ୬୫ ହଜାର ୮୫୦ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+