ନାବାର୍ଡ ରିପୋର୍ଟ ପରେ ଉପ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ....
ଭୁବନେଶ୍ବର: ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ବେଶ୍ ଜଣାଶୁଣା । ଭାତ ଏଠିକାର ପ୍ରଧାନ ଖାଦ୍ୟ । ହେଲେ ଏବେ ଓଡିଶା କାଳେ ଚାଷ କ୍ଷେତ୍ରରେ ପଛରେ ପଡିଛି । କୃଷି ପ୍ରଧାନ ରାଜ୍ୟ ଓଡିଶା ଚାଷରେ ପଛୁଆ ରହିଛି । କୃଷିକ୍ଷେତ୍ର ନେଇ ସୂଚନା ଦେଇ କିଛି ଏପରି ରିପୋର୍ଟରେ ଦର୍ଶାଇଛି ନୀତି ଆୟୋଗ । ଖାଲି ଫସଲ ଚାଷ ନୁହେଁ ପଶୁପାଳନ କ୍ଷେତ୍ରରେ ମଧ୍ୟ ଜାତୀୟ ହାର ଠାରୁ ଓଡିଶା ପଛରେ ରହିଛି । ନାବାର୍ଡର ରିପୋର୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ । ଧାନ ଚାଷ ଛଡା ଆଉ କିଛି ଚାଷ କରୁ ନାହାନ୍ତି । ଚାଷୀଙ୍କ ପାଇଁ ସଠିକ୍ ମାର୍କେଟ୍ ସପୋର୍ଟ ନଥିବା ଏହାର ପ୍ରମୁଖ କାରଣ ।
ଏବେ ବିଭାଗ ଚାଷୀଙ୍କ ପାଇଁ ମାର୍କେଟ୍ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛି । ଗତ ୬ ମାସ ଭିତରେ ଅନ୍ୟ ଦେଶକୁ ପନିପରିବା ଓ ଫଳ ରପ୍ତାନୀ କରାଯାଇଛି । ଚାଷୀଙ୍କ ଦ୍ରବ୍ୟ ରପ୍ତାନୀ ପାଇଁ ପ୍ରତି ରାଜ୍ୟକୁ ଗୋଟିଏ କାର୍ଗୋ ଏୟାର କ୍ରାଫ୍ଟ ଦେବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ଚାଷୀଙ୍କ ଆୟ ଦେଶରେ ଦ୍ବିତୀୟ ସର୍ବନିମ୍ନ । ପରିବାରର ମାସକୁ ହାରାହାରି ଆୟ ମାତ୍ର ୯ହଜାର ୨୯୦ ଟଙ୍କା । ବିହାର ସବୁଠୁ ତଳେ ରହିଛି। ଓଡ଼ିଶା ଚାଷୀଙ୍କ ଆୟ ବିହାରଠୁ ମାତ୍ର ୩୮ ଟଙ୍କା ଅଧିକ। ସର୍ବଭାରତୀୟ ସ୍ତରରେ ଚାଷୀ ମାସକୁ ୧୩ ହଜାର ୬୬୧ ଟଙ୍କା ରୋଜଗାର କରୁଛି । ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ- ନାବାର୍ଡ) ପକ୍ଷରୁ ପ୍ରକାଶ ପାଇଥିବା ଗ୍ରାମୀଣ ଆର୍ଥିକ ରିପୋର୍ଟରେ ଓଡ଼ିଶାର ଏହି ଚିତ୍ର ପଦାକୁ ଆସିଛି। କେବଳ ସେତିକି ନୁହେଁ, ଗ୍ରାମୀଣ ଓଡ଼ିଶାରେ ମାସିକ ହାରାହାରି ପାରିବାରିକ ଆୟରେ ବି ଓଡ଼ିଶା ସ୍ଥିତି ଦୟନୀୟ ।

୩୦ଟି ରାଜ୍ୟ ମଧ୍ୟରେ ତଳପଟୁ ଦୁଇ ନମ୍ବର । ଗାଁରେ ପରିବାର ପିଛା ଆୟ ମାତ୍ର ୮ହଜାର ୯୨୪ ଟଙ୍କା । ଯହା ଜାତୀୟ ସ୍ତରରେ ୧୨ହଜାର ୬୯୮ ଟଙ୍କା। ଉପଭୋକ୍ତା ବ୍ୟୟରେ ଗ୍ରାମୀଣ ଓଡ଼ିଶା ସବୁଠୁ ପଛରେ। ସର୍ବଭାରତୀୟ ସ୍ତରରେ ଗ୍ରାମୀଣ ଅଞ୍ଚଳରେ ପରିବାର ମାସକୁ ୧୧ହଜାର ୨୬୨ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଓଡ଼ିଶାରେ ଏହା ୭ହଜାର ୯୪୫ ଟଙ୍କା ବୋଲି ନାବାର୍ଡ ରିପୋର୍ଟରେ ଦର୍ଶାଯାଇଛି।












Click it and Unblock the Notifications