ସବାଧାନ ! ଖାଉଛନ୍ତି କି ଏହି ଔଷଧ ? ବଜାରୁ ଜବତ ହେଲାଣି ୩୦ ଲକ୍ଷ ଟଙ୍କାର ନକଲି ଟେଲମା-୪୦
ନକଲି ଔଷଧ କାରବାର ଅଭିଯୋଗ ପରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଚଢାଉ ଚାଲିଛି । ଆଜି ପ୍ରାୟ ୩୦ ଲକ୍ଷ ଟଙ୍କାର ଟେଲମା ୪୦ ଓ ଅନ୍ୟ ମେଡିସିନ ଜବତ ହୋଇଥିବା ସୂଚନା ରହିଛି ।
ଭୁବନେଶ୍ୱର: ନକଲି ଔଷଧ କାରବାର ଅଭିଯୋଗ ପରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଚଢାଉ ଚାଲିଛି । ଆଜି ପ୍ରାୟ ୩୦ ଲକ୍ଷ ଟଙ୍କାର ଟେଲମା ୪୦ ଓ ଅନ୍ୟ ମେଡିସିନ ଜବତ ହୋଇଥିବା ସୂଚନା ରହିଛି । କଟକର ଭିଆର ଡ୍ରଗ ଏଜେନ୍ସି , ପୂଜା ଏଣ୍ଟରପ୍ରାଇଜର୍ସ ଭଳି ଏଜେନ୍ସି ଜବତ ହୋଇଥିବା ମେଡିସିନ୍ କିଣିଥିଲେ । ଏନେଇ ସମସ୍ତ ତଥ୍ୟ ସେମାନେ ବିଭାଗକୁ ଦେଇଥିବା କହିଛନ୍ତି । ଭୁବନେଶ୍ବରରେ ୩ଜଣ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିଲା ।

ସୂଚନାଥାଉ କି, ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ନିର୍ମିତ ବ୍ୟାଚ୍ ନମ୍ବର 18211055 ଥିବା ଟେଲମା-40 ମେଡିସିନ ନକଲି ବୋଲି ଅଭିଯୋଗ ହୋଇଛି । ଏହି ଔଷଧ ଖାଇବା ପରେ ବି ରୋଗ ଉପଶମ ହେଉ ନଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗ୍ଲେନମାର୍କ କମ୍ପାନୀର ଲୋଗୋ ବ୍ୟବହାର କରି ଟେଲମା 40 ଓ ଟେଲମା AM ଔଷଧର ନକଲି କରି ବଜାରକୁ ଛଡ଼ାଯାଉଛି । ଏହାପରେ ଭୁବନେଶ୍ବରରେ ପ୍ରଥମେ ଚଢ଼ଉ କରାଯାଇଥିବାବେଳେ ଏହାର ଚେର କଟକକୁ ଲମ୍ବିଥିବା ଜଣାପଡ଼ିଥିଲା । ଏହି ଚଢଉ ପରେ ଭେଜାଲ ଔଷଧ ବିକ୍ରି ସଂପର୍କିତ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ସିକ୍କିମରୁ ଏହି ଔଷଧ ପ୍ରସ୍ତୁତ କରାଯାଉଛି ।
କଟକର ମଙ୍ଗଳାବାଗ ଓ ବାଦାମବାଡ଼ି ସମେତ ଖୋର୍ଦ୍ଧା ଓ ପରେ ଆଜି ଭୁବନେଶ୍ବରରେ ଚଢାଉ କରାଯାଇଛି । ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏଗୁଡିକ ଲ୍ୟାବକୁ ପଠାଯାଉଛି । ଯଦି ନକଲି ଔଷଧ ବୋଲି ପ୍ରମାଣିତ ହୁଏ ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଆଗକୁ ଆବଶ୍ୟକ ପଡ଼ିଲେ ପୋଲିସ ଓ ସିବିଆଇର ମଧ୍ୟ ସାହାରଯ୍ୟ ନିଆଯିବ । ତେବେ ଏହାର ଚେର କେଉଁଆଡେ ଲମ୍ବିଛି ସେନେଇ ଖୋଳତାଡ କରିବା ସହ ତଦନ୍ତ ଜାରି ରଖିଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ । ଯେଉଁ ମାନେ ବି ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଡ୍ରଗ୍ସ କଣ୍ଟ୍ରୋଲର ଜଣେ କତୃପକ୍ଷ ପ୍ରବେଶ ଲେଙ୍କା କହିଛନ୍ତି, "ଜଣେ ଗ୍ରାହକ ଏହି ଅଭିଯୋଗ ଆଣିଛନ୍ତି ଯେ ନକଲି ଟେଲମା-40 ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସର କଭରରେ ବିକ୍ରି ହେଉଛି। ଅଭିଯୋଗ ପରେ ଆମେ ଔଷଧ ବିକ୍ରେତାମାନଙ୍କୁ ବଜାରରୁ ଟେଲମା-40 ଔଷଧ ପ୍ରତ୍ୟାହାର କରିବାକୁ କହିଛୁ। ଏହି ନିର୍ଦ୍ଦିଷ୍ଟ ବ୍ୟାଚ୍ ନମ୍ବର ଥିବା ଟେଲମା-40 ଔଷଧ ବିକ୍ରୟ ନକରିବାକୁ ଆମେ ନିର୍ଦ୍ଦେଶ ମଧ୍ୟ ଦେଇଛୁ । ଏହି ଔଷଧଗୁଡ଼ିକ ଅଗଷ୍ଟ 23 ରେ ଓଡିଶାକୁ ଆସିଛି । "












Click it and Unblock the Notifications