ଜୋରଦାର ହେଲା ନକଲି ଔଷଧ ଧରପଗଡ଼: ରାଜ୍ୟ ବାହାରୁ ଆସୁଥିବା ଔଷଧ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ
ରାଜ୍ୟ ବାହାରୁ ଆସୁଥିବା ଓୗଷଧ ଉପରେ କଡ଼ା ନଜର ରଖିବା ସହ ସମସ୍ତ ସମ୍ବେଦନଶୀଳ ଓ ସନ୍ଦେହାତ୍ମକ ଗୋଦାମ ଉପରେ ସଘନ ଚଢ଼ାଉ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ୍ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଓୗଷଧ କାରବାର ଉପରେ ଚଢ଼ଉ ଓ ଧରପଗଡ ଜୋରଦାର କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଔଷଧ ଉପରେ କଡ଼ା ନଜର ରଖିବା ସହ ସମସ୍ତ ସମ୍ବେଦନଶୀଳ ଓ ସନ୍ଦେହାତ୍ମକ ଗୋଦାମ ଉପରେ ସଘନ ଚଢ଼ାଉ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ୍ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଓୗଷଧ ଗୋଦାମ ସହ ଖୁଚୁରା ବ୍ୟବସାୟ କେନ୍ଦ୍ର ଓ ଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ ଜାରି ରହିଛି । ଇତି ମଧ୍ୟରେ କଟକରେ ୬ ଟି, କେନ୍ଦ୍ରାପଡାରେ ୧ ଟି, ଝାରସୁଗୁଡାରେ ୨ ଟି,ଏବଂ ସୁନ୍ଦରଗଡ, ବରଗଡ ଓ ସମ୍ବଲପୁରରେ ୧ ଟି ଲେଖାଏଁ ଜାଗାରୁ ନକଲି ଓୗଷଧ ଧରାଯାଇ ଆଇନଗତ ମକଦ୍ଦମା ରୁଜୁ କରାଯାଇଛି । ଦୋକାନମାନଙ୍କରେ ଥିବା ପ୍ରତି ଓୗଷଧ ଷ୍ଟ୍ରିପ୍କୁ ଯାଞ୍ଚ କରାଯାଉଛି । ଲଗାତର ଭାବେ ଚଢ଼ାଉ ଜାରି ରଖି ନକଲି କାରବାର କରୁଥିବା ଲୋକ ଓ ଦୋକାନୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, କଟକର ଭିଆର୍ ଏଜେନ୍ସି, ପୂଜା ଏଣ୍ଟରପ୍ରାଇଜରସ୍, କୟାଲ ଏଜେନ୍ସି, ମହାବୀର ପ୍ରସାଦ ରାଧେଶ୍ୟାମ, ଶ୍ରୀ ଡିଷ୍ଟ୍ରିବ୍ୟୁଟରସ୍ ଏବଂ ଶ୍ରୀ ଏମ୍.ଏଚ୍ ଆଦି ଗୋଦାମରୁ ଚଢ଼ଉପରେ ନକଲି ଓୗଷଧ ମିଳିଛି । ସେହିପରି ଝାରସୁଗୁଡା ଜିଲ୍ଲାର ଶ୍ୟାମ ମେଡ଼ିକାଲ ଓ ଅମିତ୍ ଏଜେନ୍ସି, ସୁନ୍ଦ୍ରଗଡ଼ର ପ୍ରକାଶ ମେଡିକାଲ ପ୍ରା.ଲିଃ, ବରଗଡର ଅଶୋକ ମେଡିକାଲ ହଲ୍, ସମ୍ବଲପୁରର ଦୁର୍ଗା ଏଜେନ୍ସି ଏବଂ କେନ୍ଦ୍ରାପଡାର ସାଇ ଆଦି ଗୋଦାମରୁ ଚଢ଼ାଉ ପରେ ନକଲି ଓୗଷଧ ମିଳିଛି । ଏସବୁ ଏଜେନ୍ସି , ଗୋଦାମ ଓ ଦୋକାନ ବିରୁଦ୍ଧରେ ଡ୍ରଗ୍ସ୍ ନିୟନ୍ତ୍ରଣ ଆଇନ୍ ଅନୁସାରେ ମକଦ୍ଦମା ରୁଜୁ କରାଯାଇଛି ।












Click it and Unblock the Notifications