Get Updates
Get notified of breaking news, exclusive insights, and must-see stories!

କେମିତି ଜାଣିବେ ଟେଲମା 40 ଅସଲି ନା ନକଲି ? କମ୍ପାନୀ ଜାରି କଲା ଆଡଭାଇଜରି

ଓଡିଶାରେ ନକଲି ଔଷଧ ବିକ୍ରି ପ୍ରସଙ୍ଗରେ ଔଷଧ କଂପାନି ‘ଗ୍ଲେନମାର୍କ’ ପକ୍ଷରୁ ଅସଲି ଔଷଧ ଚିହ୍ନିବା ପାଇଁ ଆଡଭାଇଜରି ଜାରି କରଯାଇଛି ।

ଭୁବନେଶ୍ୱର: ଓଡିଶାରେ ନକଲି ଔଷଧ ବିକ୍ରି ପ୍ରସଙ୍ଗରେ ଔଷଧ କଂପାନି 'ଗ୍ଲେନମାର୍କ' ପକ୍ଷରୁ ଅସଲି ଔଷଧ ଚିହ୍ନିବା ପାଇଁ ଆଡଭାଇଜରି ଜାରି କରଯାଇଛି । ଗୁରୁବାର ଦିନ କମ୍ପାନୀ ଦ୍ବାରା ଜାରି ହୋଇଥିବା ପରାମର୍ଶରେ ଅସଲି ଟେଲମା 40 ଏବଂ ଟେଲମା ଏମସକୁ ଚିହ୍ନିବାର ଉପାୟ କୁଯାଇଛି ।

Glenmark

କଂପାନି 'ଗ୍ଲେନମାର୍କ' ପକ୍ଷରୁ ଜାରି ହୋଇଥିବା ଆଡଭାଇଜରି ଅନୁସାରେ, ଔଷଧ ଖୋଳ ଉପରେ ଥିବା କ୍ୱି-ଆର କୋଡକୁ ସ୍କାନ କରି ଆପଣ ଔଷଧ ଅସଲି ବା ନକଲି ଜାଣିପାରିବେ ବୋଲି କୁଯାଇଛି । କ୍ୱି-ଆର କୋଡକୁ ସ୍କାନ କରିବା ପରେ ଯଦି 'ଗ୍ଲେନମାର୍କ' କମ୍ପାନୀର ୱେବସାଇଟ୍ ଖୋଲୁଛି । ତେବେ ଜାଣିବେ ଏହା ଅସଲି ବୋଲି । ଯଦି କୌଣସି ଅନ୍ୟ ୱେବସାଇଟ୍ ଖୋଲୁଛି ତେବେ ଏହା ନକଲି ବୋଲି ଧରିନେବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

କମ୍ପାନି କହିଛି "ଆମେ ଗ୍ଲେନମାର୍କରେ, ଓଡିଶାର କଟକଠାରେ ଟେଲମା 40 ଏବଂ ଟେଲମା ଏମ ଆମର ଉତ୍ପାଦର ନକଲି କାରବାରକୁ ଦୃଢ ନିନ୍ଦା କରୁଛୁ। ଆମେ ଜଣେ ଦାୟିତ୍ୱବାନ ଔଷଧ ବିକ୍ରେତା କମ୍ପାନି । ସେହି ଦୃଷ୍ଟିରୁ ଆମେ ଏହି ନକଲି ଔଷଧର ମୁକାବିଲା ପାଇଁ ସରକାରୀ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ନେଉଛୁ । "

ସୂଚନାଯୋଗ୍ୟ, କଟକରେ ଦାମୀ କମ୍ପାନି ଖୋଳରେ ନକଲି ଔଷଧ ବିକ୍ରି ହେଉଛି। ବିଗତ ଦିନ ଧରି ଚାଲିଥିବା ଛାନ୍‌ଭିନ୍‌ରୁ ଏହିଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଗଲା ଜୁନ୍‌ ମାସରୁ ଏ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ଲକ୍ଷାଧିକ ଟଙ୍କାର ଏଭଳି ନକଲି ଔଷଧ ଚାଲାଣ ହୋଇଛି। ଗୁରୁବାର ବିଜ୍ଞପ୍ତି ଜାରି ହେବାପରେ ଶୁକ୍ରବାର ସୁଦ୍ଧା ୩୦ ଲକ୍ଷରୁ ଅଧିକ ଟଙ୍କାର ଔଷଧ ଫେରି ଆସିଥିବା ଜଣାପଡ଼ିଛି। କଟକର ମାଣିକଘୋଷ ବଜାରସ୍ଥିତ ଦୁଇଟି ଔଷଧ ଏଜେନ୍ସିରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ‌ଔଷଧ ବଜାରକୁ ଛଡ଼ାଯାଇଥିଲା। ସେଥିମଧ୍ୟରୁ କଟକ, ଭୁବନେଶ୍ବର, ବାଲେଶ୍ବର, ବରଗଡ଼ ଓ ଝାରସୁଗୁଡାର ପ୍ରାୟ ୧ ହଜାର ଦୋକାନରୁ ୩୦ ଲକ୍ଷ ଟଙ୍କାର ଔଷଧ ଫେରସ୍ତ ଆସିଥିବା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଗୁଜରାଟ, ଦିଲ୍ଲୀ ଓ କୋଲକାତାକୁ ମଧ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କାର ଏଭଳି ଔଷଧ ଯାଇଥିବା ସୂଚନାରୁ ଜଣାପଡ଼ିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+