ରାଜ୍ୟ ନକଲି ଔଷଧ ବିକ୍ରି ଘଟଣା: ୩ ଜଣଙ୍କୁ ବାନ୍ଧିଲା STF

ରାଜ୍ୟରେ ନକଲି ଔଷଧ ଘଟଣାରେ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ୩ ଜଣଙ୍କ ମଧ୍ୟରେ ଜଣେ ମେଡିସିନ କମ୍ପାନି ନିର୍ଦେଶକ ଅଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ନକଲି ଔଷଧ ଘଟଣାରେ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ୩ ଜଣଙ୍କ ମଧ୍ୟରେ ଜଣେ ମେଡିସିନ କମ୍ପାନି ନିର୍ଦେଶକ ଅଛନ୍ତି । ୫୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ସିଜ୍‌ । ADG ଯଶଓ୍ବନ୍ତ ଜେଠଓ୍ବାଙ୍କ ସୂଚନା ।

Yashwant Jethwa

ତଦନ୍ତ ବେଳେ ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି ଯେ ଜବତ ହୋଇଥିବା ମେଡିସିନ୍‌ର ଗୋଟିଏ ଷ୍ଟ୍ରିପ୍‌ର ଦାମ ୬୫ ଟଙ୍କା ଥିବା ବେଳେ ଏହାକୁ ୧୨୯୦ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରାଯାଉଥିଲା। ଏହି ଘଟଣାରେ ଲିଙ୍କ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ବିଭିନ୍ନ ସ୍ଥାନରେ ଚଢଉ କରୁଛି। ଏବେ ୩ଟି ଟିମ୍‌ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଚଢଉ ଜାରି ରଖିଥିବା କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠଓ୍ୱା କହିଛନ୍ତି। ତେବେ ଗିରଫ ହୋଇଥିବା ନିର୍ଦ୍ଦେଶିକା ଫେରାର ଶିବ ଜେନାଙ୍କ ପତ୍ନୀ ବୋଲି ଜଣାପଡ଼ିଛି।ଗିରଫ ଅନ୍ୟ ଦୁଇ ଅଭିଯୁକ୍ତ ଶିବ ଜେନାଙ୍କ ସହଯୋଗୀ ହୋଇଥିବା ସୂଚନା ମିଳିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିବ ଜେନା ଏବେ ମଧ୍ୟ ଫେରାର ଅଛି।

ସୂଚନାଯୋଗ୍ୟ, କିଛିଦିନ ତଳେ କଟକରୁ ନକଲି ଫାଭିମାକ୍ସ-୨୦୦ ଓ ଫାଭିମାକ୍ସ ୪୦୦ ମେଡିସିନ୍ ଜବତ ହୋଇଥିଲା। ଯାହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପାଇବା ପରେ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ତଦନ୍ତକାରୀ ଟିମ୍ ପହଞ୍ଚି ତନାଘନା କରୁଥିଲା। ତେବେ ଆଜି ମୁମ୍ବାଇ ପୋଲିସ ଏହି ଘଟଣାରେ ନକଲି ଓଷଧ ତିଆରି କରୁଥିବା 'ମ୍ୟାକ୍ସ ରିଲିଫ ହେଲ୍ଥ କେୟାର' କମ୍ପାନୀର ଦୁଇଜଣ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+