ନକଲି ସାର୍ଟିଫିକେଟ୍: ଓଡିଶାରୁ ଉତ୍ତରପ୍ରଦେଶ ଲମ୍ବିଛି ଚେର, ବନ୍ଧା ହେଲେଣି ୧୯ ଜଣ

Odisha Fake Certificate: ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୯ ଜଣ ଗିରଫ ହେଲେଣି । ମାମଲାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍ଗାତଙ୍କୁ ଗିରଫ କରାଯାଇଛି । ଏଥିରେ ଆଉ କେତେଜଣ ଗିରଫ ହେବେ ତାହା ଆକଳନ ବାହାରେ ।
ତେବେ ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟର ଚେର ରାଜ୍ୟ ବାହାରକୁ ବି ଲମ୍ବିଛି । ଓଡିଶାରୁ ଉତ୍ତରପ୍ରଦେଶ ଲମ୍ବିଛି ଚେର । ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ବଲାଙ୍ଗୀର ପୋଲିସ । ମାମଲାର ବିଭିନ୍ନ ଦିଗକୁ ତଦନ୍ତ କରିବା ପାଇଁ ୪ଟି ଟିମ୍ ଗଠନ ହୋଇଛି । ଗତକାଲି ଏକ ସ୍ୱତନ୍ତ୍ର ଟଇମ୍ ଉତ୍ତରପ୍ରଦେଶ ଗସ୍ତ କରିଛି ।
ସେପଟେ ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ପରେ ଏବେ ଫୁଲବାଣୀ, ଆସ୍କା, ଢେଙ୍କାନାଳରେ ଧରାପଡ଼ିଛନ୍ତି ନକଲି ସାର୍ଟିଫିକେଟ୍ ଧାରୀ। ଗ୍ରାମୀଣ ଡାକ ସେବକ ଅଧୀନ ଶାଖା ପୋଷ୍ଟମାଷ୍ଟର ଓ ସହାୟକ ଶାଖା ପୋଷ୍ଟମାଷ୍ଟର ପଦବି ପାଇଁ ସାର୍ଟିଫିକେଟ୍ ଯାଞ୍ଚ ସମୟରେ ଜଣଙ୍କ ପରେ ଜଣେ ପ୍ରାର୍ଥୀ ଧରା ପଡ଼ୁଛନ୍ତି।
କିଏ ଉତ୍ତରପ୍ରଦେଶରୁ ମାଟ୍ରିକ୍ ପାସ୍ କରିଥିବା ସାର୍ଟିଫିକେଟ୍ ଦାଖଲ କରିଛନ୍ତି ତ ଆଉ କିଏ ଆନ୍ଧ୍ରପ୍ରଦେଶରୁ । କିଏ ଓଡ଼ିଆରେ ୧୦୦ରୁ ୯୯ ମାର୍କ ରଖିଛନ୍ତି ତ ଆଉ କାହାର ଗଣିତରେ ୧୦୦ରୁ ୧୦୦ । ଉତ୍ତର ପ୍ରଦେଶରେ ପାଠ ପଢ଼ି ଅଧିକାଂଶ ପିଲା ୯୬%ରୁ ୯୮% ମାର୍କ ରଖିଥିବା ସାର୍ଟିଫିକେଟ୍ରେ ଦର୍ଶାଯାଇଛି । ଓଡ଼ିଶାରେ ପାସ୍ କରିଥିବା ପିଲାଙ୍କର ମାର୍କ ବି ୯୫% ଉପରେ ରହିଛି ।
ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ ଡାକ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ନକଲି ସାର୍ଟିଫିକେଟ୍ର ଚେର ୫ଜିଲ୍ଲାକୁ ଛୁଇଁବା ସହ ପାଖାପାଖି ୫୦ଜଣ ପ୍ରାର୍ଥୀ ଧରା ପଡ଼ିଲେଣି।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications