ନକଲି ସାର୍ଟିଫିକେଟ୍ ମାମଲା: କ୍ରାଇମବ୍ରାଞ୍ଚର ତନାଘନା ଆରମ୍ଭ

ବଲାଙ୍ଗୀର: ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଆଜି ୫ ଜଣିଆ ଟିମ୍ ଟାଉନ ଥାନାରେ ପ୍ରଥମେ ପହଞ୍ଚି ମାମଲାର ସବୁ ଜବତ କାଗଜପତ୍ର ନିଜ ହାତକୁ ନେଇଛି । ଆଜି କେସ ଦାୟିତ୍ବ ନିଆଯିବ ବୋଲି ଟିମରେ ଆସିଥିବା ଅଧିକାରୀ ସୂଚନା ଦେଇଛନ୍ତି ।
ସେପଟେ ମାମଲାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରର କୋଚିଂ ସେଣ୍ଟରରେ ଚଢାଉ କରିଛି କ୍ରାଇମବ୍ରାଞ୍ଚ । ତେବେ ଘଟଣା ପଛରେ ଅଧିକ ରହସ୍ୟ ଜାଣିବାକୁ କ୍ରାଇମବ୍ରାଞ୍ଚ ଟିମ୍ ମନୋଜଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବାକୁ ଯୋଜନା କରିଛି । ପୋଲିସକୁ ଅଭିଯୁକ୍ତ ମନୋଜଙ୍କ ଡାଏରୀ ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଉଛି । ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେବା ପରେ ଏହାର ଚେର ୮ ରାଜ୍ୟକୁ ଲମ୍ବିଥିବା ତଥ୍ୟ ସାମ୍ନାକୁ ଆସିଛି । ଏହି କାରବାରରେ ପ୍ରାୟ ୮ଟି ରାଜ୍ୟର ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟର ଶିକ୍ଷାଗତ ଯୋଗତ୍ୟ ପ୍ରମାଣପତ୍ର କ୍ରାଇମବ୍ରାଂଚ ହାତରେ ଲାଗିଛି ।
ଉଲ୍ଲେଖଥାଉ କି, ବଲାଙ୍ଗୀରରୁ ବାହାରି ଥିବା ନକଲି ସାର୍ଟିଫିକେଟ କେଳେଙ୍କାରୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପହଞ୍ଚିଲାଣି । ତେବେ ବଲାଙ୍ଗୀର ପୋଲିସ ଗତ ଗୋଟିଏ ସପ୍ତାହ ଧରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ମୁଖ୍ୟ କାର୍ପଟଦାର ମନୋଜ ମିଶ୍ର ଓ ଆଲୋକ ଉଦ୍ଗାତାଙ୍କ ସମେତ ୧୯ ଜଣ ଏବେ ଜେଲ ଭିତରେ ଅଛନ୍ତି ।












Click it and Unblock the Notifications