୧୦୮କୁ ଆସୁଛି ଅଶ୍ଲୀଳ କଲ୍: କହୁଛନ୍ତି, ମ୍ୟାଡାମ ଫାଙ୍କା ଅଛନ୍ତି କି ?
ଜରୁରୀ ସେବାକୁ ଆସୁଛି ଅଶ୍ଲୀଳ କଲ୍ । ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ୧୦୪ ଓ ୧୦୮ ନମ୍ବରକୁ କଲ କରି ଅଶ୍ଲୀଳ କଥା ବାର୍ତ୍ତା କରୁଛନ୍ତି କିଛି ଅସମାଜିକ ବ୍ୟକ୍ତି ।
ଭୁବନେଶ୍ୱର: ଜରୁରୀ ସେବାକୁ ଆସୁଛି ଅଶ୍ଲୀଳ କଲ୍ । ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ୧୦୪ ଓ ୧୦୮ ନମ୍ବରକୁ କଲ କରି ଅଶ୍ଲୀଳ କଥା ବାର୍ତ୍ତା କରୁଛନ୍ତି କିଛି ଅସମାଜିକ ବ୍ୟକ୍ତି ।

ବାରମ୍ୱାର କଲ୍ କରି କର୍ମଚାରୀଙ୍କୁ କରୁଛନ୍ତି ହଇରାଣ ହରକତ । ପ୍ରତିଦିନ ଆସୁଛି ଏପରି ଶହ ଶହ କଲ୍ । ଯାହା ଫଳରେ କଲ ସେଣ୍ଟରରେ ଥିବା ଯୁବତୀ ମାନେ ମାନସିକ ଭାବେ ଭାଙ୍ଗି ପଡ଼ୁଥିବା ବେଳେ ପୋଲିସ କିନ୍ତୁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉ ନାହିଁ । ପ୍ରତିଦିନ କଲ ସେଣ୍ଟରକୁ ୫୦୦ରୁ ଉର୍ଦ୍ଧ୍ୱ କଲ୍ ଆସୁଛି । ଏଥିରେ ଏବେ ୧୦୦ ରୁ ଅଧିକ ଫେକ୍ କଲ ରହୁଛି । ଏପରିକି କଲ୍ ସେଣ୍ଟରରେ କଲ ରିସିଭ୍ କରୁଥିବା ମହିଳା କର୍ମଚାରୀଙ୍କୁ ଅସଦ୍ ବ୍ୟବହାର କରାଯାଉଛି ।
ଜରୁରୀ ଆମ୍ବୁଲାନ୍ସ ସେବା ପାଇଁ ୧୦୮ ନମ୍ବର ଜାରି ହୋଇଛି। ଏଥିରେ ୨୪ ଘଣ୍ଟା ଲୋକଙ୍କ ପାଇଁ କାମ କରୁଛନ୍ତି କର୍ମଚାରୀ। ହେଲେ କିଛି ବଦମାସ୍ ଏହାକୁ ନିଜର ଖୁସି ପାଇଁ ଅପବ୍ୟବହାର କରୁଛନ୍ତି। ଫୋନ୍ କରି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ମଜା ନେଉଛନ୍ତି। ଗୋଟିଏ କି ଦୁଇଟି ନୁହେଁ ବାରମ୍ବାର ଏପରି ଘଟଣା ଘଟୁଛି ।
ଏନେଇ ୧୦୮ କଲ୍ ସେଣ୍ଟର୍ର ପ୍ରୋଜେକ୍ଟ ହେଡ୍ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, କିଛି ଅସାମାଜିକ ଲୋକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ଆଳଦ ଦେଖାଇ ଏର୍ମଜେନ୍ସି ନମ୍ବରକୁ ଅଯଥାରା ବ୍ୟସ୍ତ ରଖୁଛନ୍ତି। ଅନେକ ସମୟରେ ଏମିତି ବି ହୋଇଛି ଆମ୍ବୁଲାନ୍ସକୁ ଡକାଯାଉଛି, ହେଲେ ପହଞ୍ଚିଲା ବେଳକୁ ରୋଗୀ ନାହାନ୍ତି ।
ମିଳିଥିବା ସୂଚନା ଅନୁଯାଇ, ଚଳିତ ବର୍ଷ ୧୦୮ ଓ ୧୦୪ କଲ ସେଣ୍ଟରକୁ ୫ ଲକ୍ଷ ମିଛ କଲ୍ ଆସିଥିବା ଜଣାପଡିଛି । ଏହା ଜାନୁଆରୀ ଏବଂ ଅକ୍ଟୋବର ମାସ ମଧ୍ୟରେ କଲ୍ ଆସିଥିବା ତଥ୍ୟ ।
ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ୧୦୪ ଓ ୧୦୮ ଆମ୍ବୁଲାନ୍ସ ସେବା କରିଛନ୍ତି । ସରକାରଙ୍କ ଉଦ୍ଦେଶ୍ୟ ଲୋକଙ୍କୁ ଠିକ ସମୟରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ହେଲେ କିଛି ବଦମାସ ଏହି ସେବାର ମୂଲ୍ୟ ନବୁଝି ଟାଇମ୍ ପାସ କରୁଛନ୍ତି ।












Click it and Unblock the Notifications