ଆସିଲା ନୂଆ ଅବକାରୀ ନୀତି: ଏଣିକି ରାଜ୍ୟରେ ମହଙ୍ଗା ହେବ ମଦ

Odisha Excise Police 2023

ଭୁବନେଶ୍ୱର: ଆସିଲା ନୂଆ ଅବକାରୀ ନୀତି । ଏଣିକି ରାଜ୍ୟରେ ମହଙ୍ଗା ହେବ ମଦ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଓଡିଶା ଅବକାରୀ ନୀତି ଜାରି କରିଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ନିୟମ ।

ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ନୂଆ ଅବକାରୀ ନୀତି ଆସନ୍ତା ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ଭାରତରେ ପ୍ରସ୍ତୁତ ବିଦେଶୀ ମଦ ଦର ବୃଦ୍ଧି ପାଇବ । କାରଣ ରାଜ୍ୟ ସରକାର ଆଇଏମଏଫଏଲ ଉପରେ ଏକ୍ସାଇଜ ଡ୍ୟୁଟିରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଏହା ସହିତ ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଅଫ ସପ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ । ସମସ୍ତ ଅଫ ସପ୍‌, ଅନ ସପ୍ ଲାଇସେନ୍ସଧାରୀଙ୍କୁ ସବୁ ପରିମାଣର ବିଦେଶୀ ମଦ ନେବାକୁ ପଡ଼ିବ । ତେବେ କେବଳ ଏଫଏଲ୍ ଅନ୍ ଲାଇସେନ୍ସଧାରୀଙ୍କୁ ଓଡ଼ିଶା ମଦ ନିଗମରୁ କେଜ୍ ବିୟର ଉଠାଇବାକୁ ଅନୁମତି ରହିଛି ।

ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାମାଂଚଳରେ କୌଣସି ପ୍ରକାରର ଅନ୍ ସପ୍ ଲାଇସେନ୍ସ ପ୍ରଦାନ ନିମନ୍ତେ ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ । କେବଳ ସହରାଂଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଅନ୍ ସପ୍ ଲାଇସେନ୍ସ ପ୍ରଦାନ କରିପାରିବେ । ବିୟର ପାର୍ଲରଗୁଡ଼ିକ ବିୟର ବିକ୍ରି ସହ ୱାଇନ ମଧ୍ୟ ବିକ୍ରି କରିପାରିବେ । ଇଜି ଅଫ ଡୁଇଙ୍ଗ ବିଜିନେସକୁ ପ୍ରୋତ୍ସାହିତ କରିବା ନିମନ୍ତେ ପରମିଟ୍‌, ଲାଇସେନ୍ସ, ପେମେଣ୍ଟ ଆଦି 5Tରେ କାର୍ଯ୍ୟକାରୀ କରିଛନ୍ତି ।

ତେବେ ବିଦେଶରେ ପ୍ରସ୍ତୁତ ବିଦେଶୀ ମଦ(ଏଫଏମଏଫଏଲ୍ ) , ୱାଇନ୍ ଓ ବିୟର ଦର ଅପରିବର୍ତ୍ତିତ ରହିବ । ରାଜ୍ୟ ସରକାର ଇଜି ଅଫ ଡୁଇଙ୍ଗ ବିଜିନେସକୁ ପ୍ରୋତ୍ସାହିତ କରିବା ନିମନ୍ତେ ପରମିଟ୍‌, ଲାଇସେନ୍ସ, ପେମେଣ୍ଟ ଆଦି ଫାଇଭ-ଟିକୁ କାର୍ଯ୍ୟକାରୀ କରିଛନ୍ତି । ଗୁଇନ୍ଦା ତଥ୍ୟ ଆଧାରରେ ଜ୍ଞାନକୌଶଳର ଉପଯୋଗ କରାଯାଇ ମଦ ଚୋରା ଚାଲାଣ ଓ ବିକ୍ରିକୁ ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+