ସମୁଦ୍ର କୂଳରେ ବି ମିଳିବ ମଦ: ଗ୍ରାମାଞ୍ଚଳରେ ଖୋଲିବନି ନୂଆ ଦୋକାନ

Odisha Excise Police 2023

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଜାରି କରିଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ନିୟମ । ରାଜ୍ୟରେ ଆଉ ନୂଆ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ଗ୍ରାମାଞ୍ଚଚଳରେ କୌଣସି ପ୍ରକାରର ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ମିଳିବ ନାହିଁ ।

ସେହିପରି ବିଭିନ୍ନ ବେଳାଭୂମିରେ ମଧ୍ୟ ଦୋକାନ ଖୋଲାଯିବ ବୋଲି ନୂଆ ଅବକାରୀ ନୀତିରେ କୁହାଯାଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କରାଯାଇଛି ଏକ ବଡ ପରିବର୍ତ୍ତନ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ବେଳାଭୂମିରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଘରୋଇ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ମଦ ପରିଷିବାକୁ ଅନୁମତି ଆଣିବା ସହ ଏଥିପାଇଁ ଫି' ମଧ୍ୟ ଭରିବାକୁ ପଡିବ । ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଏଥିରେ ବୃଦ୍ଧି ହୋଇଛି ।

କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ୨୦୦ ଲୋକଙ୍କ ପାଇଁ ୧୦ହଜାର, ୨୦୦-୫୦୦ ଲୋକଙ୍କ ପାଇଁ ୧୫ହଜାର, ୫୦୦-୧ହଜାର ଲୋକଙ୍କ ପାଇଁ ୨୦ହଜାର ଏବଂ ଏହାଠୁ ଅଦିକ ଲୋକଙ୍କ ପାଇଁ ୨୫ ହଜାର ଟଙ୍କା ଦାଖଲ କରିବାକୁ ପଡିବ । ତେବେ ବର୍ଷ ତମାମ ଏହି ସୁବିଧା ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ରହିବ ବୋଲି ଜଣାଯାଇଛି ।

ତେବେ ଆବେଦନ ଫର୍ମ ସହିତ ସର୍ବନିମ୍ନ ମଦ ଉଠାଣ କୋଟା ଏବଂ ମଦ ଦୋକାନ ପାଇଁ ଲାଇସେନ୍ସ ଫି'ରେ ମଧ୍ୟ ବୃଦ୍ଧି କରାଯାଇଛି । ଏହାସହିତ ବୃଦ୍ଧି ପାଇଛି ଅବକାରୀ ଶୁଳ୍କ । ନୂଆ ଲାଇସେନ୍ସ କିମ୍ବା ନବୀକରଣ ପାଇଁ ଆବେଦନ ଫର୍ମ ୧ ଲକ୍ଷରୁ ୧ ଲକ୍ଷ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ମୋଲାସେସ କାରବାର ପାଇଁ ଏହା ୫୦ ହଜାର ଥିବା ବେଳେ ଏଥିରେ ୧୦ ହଜାର ବୃଦ୍ଧି କରାଯାଇଛି । ବର୍ତ୍ତମାନ ଏଥିପାଇଁ ୬୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ । ତେବେ ଠିପି ଖୋଲା ମଦ ଦୋକାନ ପାଇଁ ଆବେଦନ ଫର୍ମ ଫି'ର ମୂଲ୍ୟ ୯୦ ହଜାର ଟଙ୍କା ବୃଦ୍ଧି ପାଇ ୨ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଠିପି ବନ୍ଦ ବିଦେଶୀ ମଦ ଦୋକାନ ଲାଇସେନ୍ସ ପାଇଁ ଦୋକାନୀଙ୍କୁ ପୂର୍ବ ବର୍ଷ ଅପେକ୍ଷା ୧୦ ହଜାର ଟଙ୍କ ଅଧିକ ଅର୍ଥାତ୍ ୧ଲକ୍ଷ ୨୦ ହଜାର ଟଙ୍କା ଦେବାକୁ ହେବ ।

ସେହିପରି ଆଉଟ ଷ୍ଟିଲ ୟୁନିଟ ଆବେଦନ ଫି ପାଇଁ ୧ ଲକ୍ଷ ୪୦ ହଜାର, ମଦ ପ୍ରସ୍ତୁତକାରୀ ୟୁନିଟର ସମ୍ପ୍ରସାରଣ ପାଇଁ ଦେଢ ଲକ୍ଷଏବଂ ଦୋକାନ ସ୍ଥାନାନ୍ତରଣ ପାଇଁ ଦୋକାନୀଙ୍କୁ ଅଢେଇ ଲକ୍ଷ ଟଙ୍କା ଦେବାକୁ ପଡିବ । ତେବେ ମଦ ପ୍ରସ୍ତୁତକାରୀ ୟୁନିଟ ପାଇଁ ଲାଇସେନ୍ସ ଫି' ଲିଟର ହିସାବରେ ବୃଦ୍ଧି କରାଯାଇଛି । ୫୦ ଲକ୍ଷ ବ୍ରିଟିଶ ଲିଟର ପର୍ଯ୍ୟନ୍ତ ୧.୧୫/ବି.ଏଲ ଟଙ୍କା ଲେଖାଏଁ ଟିକସ ଭରିବେ ମଦ ପ୍ରସ୍ତୁତକାରୀ ୟୁନିଟ । ତେବେ ୫୦-୧୦୦ବି.ଏଲ ପର୍ଯ୍ୟନ୍ତ ୯୦ ପଇସା ଏବଂ ୧୦୦ ଅଧିକ ମଦ ଉତ୍ପାଦନକାରୀ ଲିଟର ପିଛା ୭୦ ପଇସା ପୈଠ କରିବେ ।

ସେପଟେ ନୂଆ ଅବକାରୀ ନୀତି ମୁତାବକ, କୌଣସି ମଦ ଦୋକାନୀ ତାଙ୍କ ଦୋକାନରେ 'ସରକାରୀ' ବୋଲି ଉଲ୍ଲେଖ କରିବେ ନାହିଁ। ସେମାନେ ତାଙ୍କ ସାଇନ୍‌ବୋର୍ଡରେ 'ସ୍ବୀକୃତିପ୍ରାପ୍ତ ମଦଦୋକାନ' ବୋଲି ଲେଖିବେ। ଦୋକାନର ନାମ ଦେବାଦେବୀ କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ରଖିପାରିବେ ନାହିଁ ।

ଦୋକାନ ସାମ୍ନାରେ ମୂଲ୍ୟ ସୂଚୀ ଝୁଲାଇବେ। ଖୋଲିବା ଏବଂ ବନ୍ଦ ହେବା ସମୟ ମଧ୍ୟ ଉଲ୍ଲେଖ କରିବେ। ଯେଉଁ ବୟସର ବ୍ୟକ୍ତି ମଦ କିଣିବା ପାଇଁ ଅଯୋଗ୍ୟ, ସେହି ବୟସ ସମ୍ବନ୍ଧରେ ସର୍ବସାଧାରଣରେ ଅବଗତ କରାଇବେ। ମଦ୍ୟପାନ 'ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ' ବୋଲି ବଡ଼ ବଡ଼ ଅକ୍ଷରେ ଲେଖିବେ। ପୂର୍ବଭଳି ହୋମ୍‌ ଡେଲିଭରି ଜାରି ରହିବ ।

ତେବେ ନୂଆ ଅବକାରୀ ନୀତି ଉପରେ ପ୍ରତିକ୍ରୟା ରଖିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର । କହିଛନ୍ତି ଲୋକେ ମଦ କିଣନ୍ତୁ, ପିଅନ୍ତୁ । କିନ୍ତୁ ଲାଇସେନ୍ସ ହୋଲ୍ଡରଙ୍କଠାରୁ । ଏହା ଏକ ଟକ୍ସିକେଟେଡ୍ । କୋଭିଡ୍ ସମୟରେ ମଦ ପିଇବା ପାଇଁ ଲୋକେ ବ୍ୟାକୁଳ ଥିଲେ । ଲାଇନରେ ରହି ମଦ କିଣୁଥିଲେ । ଲୋକଙ୍କ ଘରେ ମଦ ପହଞ୍ଚାଇବାକୁ ପଡ଼ିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+