Get Updates
Get notified of breaking news, exclusive insights, and must-see stories!

ନୂଆ ଅବକାରୀ ନୀତିକୁ ନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା: କହିଲେ, ମଦ କିଣନ୍ତୁ, ପିଅନ୍ତୁ, କିନ୍ତୁ....

Excise Police

ଭୁବନେଶ୍ୱର: ମଦକୁ ନେଇ ପ୍ରତିକ୍ରୟା ରଖିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ମଦ କିଣନ୍ତୁ , ପିଅନ୍ତୁ । କିନ୍ତୁ ଲାଇସେନ୍ସ ହୋଲ୍ଡରଙ୍କଠାରୁ ।

ଅଶ୍ୱିନୀ କହିଛନ୍ତି, ମଦ ପିଇବାରେ ମନା ନାହିଁ କିନ୍ତୁ ବିଷାକ୍ତ ମଦ ଦେହ ପାଇଁ କ୍ଷତିକାରକ । କୋଭିଡ ସମୟରେ ମଦ ପିଇବା ପାଇଁ ଲୋକେ ବ୍ୟାକୁଳ ଥିଲେ, ଲାଇନ ଦେଇ ମଦ ଆଣୁଥିଲେ । ଏପରି ସ୍ଥିତି ହେଲା ଯେ, ମଦ ଲୋକଙ୍କ ଘରେ ପହଞ୍ଚାଇବାକୁ ପଡିଲା, ନଚେତ ଦେହ ଖରାପ ହୋଇଯିବ । ତେଣୁ ମଦ କିଣନ୍ତୁ, ପିଅନ୍ତୁ କିନ୍ତୁ ଲାଇସେନ୍ସ ହୋଲଡ଼ରଙ୍କଠାରୁ, ମାନେ ଭେଜାଲ ପିଅନ୍ତୁ ନାହିଁ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର । ତେବେ ସମୁଦ୍ର କୂଳରେ ମଦ ବିକ୍ରି ପ୍ରସଙ୍ଗରେ କହିଛନ୍ତି, ଯାହା ପ୍ରୋସେସ ଥିବ, ସେହି ଅନୁଯାୟୀ ହେବ ।

ସୂଚନାଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜାରି ହୋଇଥିବା ଅବକାରୀ ନୀତି ଅନୁସାରେ ରାଜ୍ୟରେ ଆଉ ନୂଆ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ଗ୍ରାମାଞ୍ଚଳରେ କୌଣସି ପ୍ରକାରର ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ମିଳିବ ନାହିଁ । କେବଳ ସହରାଞ୍ଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଠିପି ଖୋଲା ଲାଇସେନ୍ସ ପ୍ରଦାନ କରିହେବ । ରାଜ୍ୟରେ ଭାରତ ପ୍ରସ୍ତୁତ ବିଦେଶୀ ମଦ(ଆଇଏମ୍‌ଏଫ୍‌ଏଲ୍‌) ଦର ବୃଦ୍ଧି ପାଇବ। ଏଣିକି ବିୟର ପାର୍ଲରରେ ୱାଇନ୍‌ ଉପଲବ୍ଧ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+