ସ୍କୁଲରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
ବନ୍ୟାପାଣି ପାଇଁ ବାତିଲ ହେଲା ପରୀକ୍ଷା । ସ୍କୁଲରେ ବନ୍ୟାଜଳ ପଶିବାରୁ ପରୀକ୍ଷା ବାତିଲ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ହେମେନ୍ଦ୍ର ନାଥ ହାଇସ୍କୁଲରେ ଫରମେଟିଭ୍ ଆସେସମେଣ୍ଟ ପରୀକ୍ଷା ବନ୍ଦ ହୋଇଛି ।
ଭଦ୍ରକ: ବନ୍ୟାପାଣି ପାଇଁ ବାତିଲ ହେଲା ପରୀକ୍ଷା । ସ୍କୁଲରେ ବନ୍ୟାଜଳ ପଶିବାରୁ ପରୀକ୍ଷା ବାତିଲ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ହେମେନ୍ଦ୍ର ନାଥ ହାଇସ୍କୁଲରେ ଫରମେଟିଭ୍ ଆସେସମେଣ୍ଟ ପରୀକ୍ଷା ବନ୍ଦ ହୋଇଛି । ଦୀର୍ଘ ସମୟ ଛିଡ଼ା ହେବା ପରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ନଦେଇ ଫେରିଛନ୍ତି ।

ସକାଳେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ସ୍କୁଲକୁ ଆସିଥିଲେ। ପିଲାମାନେ ପରୀକ୍ଷା ଦେବାକୁ କ୍ଲାସରେ ବସିଥିବା ବେଳେ ହଠାତ୍ ସ୍କୁଲ ଭିତରକୁ ବନ୍ୟା ପାଣି ପଶି ଆସିଥିଲା । ଶିକ୍ଷକମାନେ ତତକ୍ଷଣାତ୍ ପିଲାମାନଙ୍କୁ ସୁରକ୍ଷିତ ଭାବେ ସ୍କୁଲ କ୍ୟାମ୍ପସ ବାହାରକୁ କାଢ଼ି ଆଣିଥିଲେ। ପରେ ପ୍ରଧାନଶିକ୍ଷକ ପରୀକ୍ଷାକୁ ଅନର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରି ଦେଇଥିଲେ।
ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆସିବାରୁ ବିଭିନ୍ନ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ମଧ୍ୟ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶି ଯାଇଛି । କେତେକ ଜଗାରେ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି।












Click it and Unblock the Notifications