ରାତି ହେଲେ ଛାତି ଥରୁଛି, ଜାଣନ୍ତୁ କାହିଁକିଏମିତି କହିଲେ ନିରଞ୍ଜନ

ବାରମ୍ୱାର ଘରୁ ଚୋରି ପରେ ଡରିଗଲେଣି ରାଜନେତା । ଏବେ ନିଜ ଘରେ ନିଜେ ରହିବାକୁ ଅସୁରକ୍ଷିତ ମନେ କରୁଛନ୍ତି । ଏମିତିକି ପୋଲିସର କାର୍ଯ୍ୟଦକ୍ଷତା ନେଇ ବି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି କି, ଘରୁ ଲୁଟ୍ ହେବାର ୧୦ ଦିନ ବିତିଗଲାଣି । ତଥାପି ପୋଲିସ ହାତ ଖାଲି I ରାତି ହେଲେ ଛାତି ଥରୁଛି । ପୋଲିସ ମୋ ଘରକୁ ବାରମ୍ବାର ଆସୁଛି ହେଲେ ଚୋର ଧରୁଛି କି ନାହିଁ ଜଣା ପଡିନି । ରାଜଧାନୀ ଏବେ ଅସୁରକ୍ଷିତ ହୋଇପଡିଛି । ଲୋକଙ୍କୁ ସୁରକ୍ଷା ଦେବାକୁ ନିବେଦନ କଲେ ନିରଞ୍ଜନ । ପୋଲିସ ଚୋର ଧରିବାର ଦକ୍ଷତା ବଢାଉ । ଲୁଟ୍‌ ସମ୍ପତ୍ତି ମିଳିବା ଉପରେ ଧିରେ ଧିରେ ଆଶା ମଉଳି ଯାଉଛି ।

niranjan pattnaik

ସୂଚନା ଥାଉକି, ଗତ ୨୫ ତାରିଖରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗରୁ ଚୋରି ହୋଇଥିଲା । ଘରର ଉପର ମହଲାରେ ରହୁଥିବା ପୁଅ ବୋହୂଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲା ଚୋର । ସିସିଟିଭିରେ କଏଦ ହୋଇଥିଲା ଚୋରର ଗତିବିଧି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିବା ପରେ ସବୁଠି ଖେଳିଯାଇଥିଲା ଚର୍ଚ୍ଚା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+