ପୌର ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାକୁ ଗଲା ଇଭିଏମ୍ ମେସିନ୍
ପଞ୍ଚାୟତ ନିର୍ବାଚନ ପରେ ପରେ ହୋଇପାରେ ପୌର ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ୍ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରକୁ ଆରମ୍ଭ ହେଲା ଇଭିଏମ୍ ମେସିନ ପଠା ।
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପରେ ପରେ ହୋଇପାରେ ପୌର ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ୍ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରକୁ ଆରମ୍ଭ ହେଲା ଇଭିଏମ୍ ମେସିନ ପଠା । ନିର୍ବାଚନ କମିଶନଙ୍କ ଅଫିସରୁ ଗତକାଲି ୫ଟି ଜିଲ୍ଲାକୁ ଇଭିଏମ ମେସିନ ପଠା ଯାଇଥିଲା । ଆଜି ୧୦ଟି ଜିଲ୍ଲାକୁ ପଠାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାକୁ ମେସିନ ପଠାଯାଉଛି ।

ସୂଚନାଯୋଗ୍ୟ, ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସଂରକ୍ଷଣ ତାଲିକା ଚିଠା ମଧ୍ୟ କରାଯାଉଛି । ପଞ୍ଚାୟତ ନିର୍ବାଚନ ବାଲଟ ବକ୍ସରେ ହେଉଥିବା ବେଳେ ଇଭିଏମ ପଠାଇବା ପ୍ରକ୍ରିୟାରୁ ଜଣାପଡୁଛି ଯେ, ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ୍ ।












Click it and Unblock the Notifications