ବାରମ୍ବାର ବିଜୁଳି କାଟ୍ ପ୍ରତିବାଦରେ ଟାଟା ପାୱାର ଅଫିସକୁ ଅଣ୍ଡା ଓ ଟମୋଟ ମାଡ଼
ନୟାଗଡ଼ା: ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ନୟାଗଡ଼ କଂଗ୍ରେସର ବିକ୍ଷୋଭ । ଟାଟା କମ୍ପାନୀ ବିରୋଧରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଅଫିସ ଆଗରେ ପ୍ରତିବାଦ କରିବା ସହ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ଅଭିଯୋଗ କରିଛି ଯେ, ବାରମ୍ବାର ବିଦ୍ୟୁତକାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ଜିଲ୍ଲାର ବଡ଼ ବଡ଼ କ୍ରସର ଓ ମିଲ୍ ମାଲିକମାନଙ୍କ ଠାରୁ ମୋଟା ଅଙ୍କର ଲାଂଚ ନେଇ ବିଭାଗ ସେମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଉଛି । କିନ୍ତୁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ସେପଟେ ଅଣ୍ଡା ମାଡ଼ରେ ଜଣେ କର୍ମଚାରୀ ଆହତ ହୋଇଛନ୍ତି । ଏନେଇ କଂଗ୍ରେସ କର୍ମୀଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ବୋଲି ଅଫିସର କାର୍ଯ୍ୟକାରୀ ଯନ୍ତ୍ରୀ କହିଛନ୍ତି ।

ସେହିପରି କେନ୍ଦ୍ରାପଡା ଓ ମାଲକାନଗିରିରେ ବି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଆଗରେ ନାରାବାଜି କରିବା ସହ ଅଣ୍ଡା ଓ ଟମାଟୋ ମାଡ କରିଛି କଂଗ୍ରେସ। ଜିଲ୍ଲାରେ ବିଦ୍ୟୁତ୍ କାଟ ବନ୍ଦ କରିବା, ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ, ନିର୍ଦ୍ଦିଷ୍ଟ ତାରିଖରେ ବିଦ୍ୟୁତ୍ ବିଲ ଆଦାୟ ଏବଂ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ କରିବାକୁ ଦାବି ହୋଇଛି ।
ସେପଟେ ଟାଟା ପାୱାରର ସେଇ ସମାନ ସଫେଇ ଦେଇଛି । କାଳବୈଶାଖୀ ଓ ଜୋରରେ ପବନ ହେଲେ ବିଜୁଳି ବିଭ୍ରାଟ ହେଉଛି ଏବଂ ତାକୁ ସଜାଡିବାକୁ ସମୟ ଲାଗୁଛି ବୋଲି ବିଦ୍ୟୁତ ବିତରଣ ସଂସ୍ଥା ପକ୍ଷରୁ କୁହାଯାଇଛି ।












Click it and Unblock the Notifications