IPS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, କଟକ-ଭୁବନେଶ୍ୱର ନୂଆ କମିଶନର ସୁରେଶ ଦେବଦତ୍ତ ସିଂ

ଭୁବନେଶ୍ୱର : ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବଦଳିଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା। ସଞ୍ଜୀବ ପଣ୍ଡା ହେଲେ ଏଡିଜି ଟ୍ରେନିଂ, BPSPA ନିର୍ଦ୍ଦେଶକ ହୋଇଛନ୍ତି। ସୁରେଶ ଦେବଦତ୍ତ ସିଂ କଟକ-ଭୁବନେଶ୍ୱରର ନୂଆ କମିଶନର ହୋଇଛନ୍ତି।

ସେହିଭଳି ଏକେ ରାୟଙ୍କୁ ଜେଲ୍ ବିଭାଗ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କର ମଧ୍ୟ ବଦଳି ହୋଇଛି। ତାଙ୍କୁ ADGP ଆଧୁନିକୀକରଣ ଦାୟିତ୍ୱ ଦିଆଯାଇଛି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ବଦଳିଲେ। ତାଙ୍କୁ SCRB ଓ SFSL ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି।

ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ । ତାଙ୍କ ସ୍ଥାନରେ ଆରପି କୋଚେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି । ବର୍ତ୍ତମାନ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜିପି ଆଧୁନୀକାଣ ଦାୟିତ୍ୱ ଦିଆଯାଇଛି । ସେହିପରି ବଦଳିଲେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ବର୍ତ୍ତମାନ ସନ୍ତୋଷ ବାଲାଙ୍କୁ SCRB ଓ SFSL ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ଗୃହ ବିଭାଗ OSD ଏସ୍ ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ୍ ଦାୟିତ୍ୱ ଦିଆଯାଇଛି ।

Odisha effects major reshuffle in IPS cadre

କ୍ରାଇମବ୍ରାଞ୍ଚ୍ ଏଡିଜି ଅରୁନ ବୋଥ୍ରାଙ୍କର ବଦଳି ହୋଇଛି। ତାଙ୍କୁ ରେଲୱେ ଓ ତଟ ସୁରକ୍ଷା ADGP ଦାୟିତ୍ୱ ଦିଆଯାଇଛି। ଅରୁଣ ବୋଥ୍ରାଙ୍କ ସ୍ଥାନରେ ବିନୟ ତୋଷ ମିଶ୍ରଙ୍କୁ କରାଯାଇଛି କ୍ରାଇମବ୍ରାଞ୍ଚ ଏଡିଜି । ରାଧାକିଷନ୍ ଶର୍ମାଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି। କଟକ ସ୍ଥିତ ପୁଲିସ ମୁଖ୍ୟାଳୟର ADGP ଭାବେ ନୂଆ ଦାୟିତ୍ୱ ପାଇଛନ୍ତି ଦୟାଲ୍ ଗଙ୍ଗୱାର। ରାଜେଶ କୁମାରଙ୍କୁ ସ୍ପେଶିଆଲ୍ ଆର୍ମଡ ପୁଲିସ ADGP ଭାବେ ବଦଳି କରାଯାଇଛି ।

ସେହିପରି ବଦଳିଛନ୍ତି କଟକ ଡିସିପି ଆର. ପ୍ରକାଶ। ତାଙ୍କୁ କ୍ରାଇମ ବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି। ବଦଳିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ବର୍ତ୍ତମାଦ ତାଙ୍କୁ କଟକ(ଗ୍ରାମାଞ୍ଚଳ) ଏସପି ଭାବେ ବଦଳି କରାଯାଇଛି । ବର୍ତ୍ତମାନ ପିନାକ ମିଶ୍ର ହେଲେ ଭୁବନେଶ୍ୱରର ନୂଆ ଡିସିପି । କଟକ ଡିସିପି ଭାବେ ଜଗମୋହନ ମୀନାଙ୍କୁ ଦାୟିତ୍ୱ ଦିଆଯାଇଛି ।

କ୍ରାଇମବ୍ରାଞ୍ଚ୍ ଡିଆଇଜି ହେଲେ ଆର. ପ୍ରକାଶ । ଅପରପକ୍ଷରେ ଏସପି ସ୍ତରରେ ମଧ୍ୟ ବ୍ୟାପକ ଅଦଳ ବଦଳ ହୋଇଛି । ମଡକର ସନ୍ଦୀପ ସମ୍ପଦ( ଭଦ୍ରକ ଏସପି), ଅନୁପମା ଜେମ୍ସ, ରାହୁଲ ପିଆର ଓ ଏଲ୍ ଦିବ୍ୟା (ଭିଜିଲାନ୍ସ ଏସପି), ରାହୁଲ ଜୈନ(ଅନୁଗୁଳ ଏସପି), ଶ୍ରବଣ ବିବେକ (ବ୍ରହ୍ମପୁର ଏସପି), ବିନୀତ ଅଗ୍ରୱାଲ(ପୁରୀ ଏସପି), ବରୁଣ ଗୁଣ୍ଟୁପାଲ୍ଲୀ(ମୟୁରଭଞ୍ଜ ଏସପି), ସାଗରିକା ନାଥଙ୍କୁ ଖୋର୍ଦ୍ଧା ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+