Get Updates
Get notified of breaking news, exclusive insights, and must-see stories!

ସୁଜାତା ପାଣିଗ୍ରାହୀଙ୍କୁ ୭ ଘଣ୍ଟା ଜେରା କଲା ଇଡି

ଟାଟା ଗ୍ରୁପ ନାଁରେ ଚାକିରୀ ଦେବା ନାଁରେ ଠକେଇ ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀଙ୍କୁ ଆଜି ୭ ଘଣ୍ଟାର ମାରାଥନ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) । ସକାଳ ପ୍ରାୟ ସାଢେ ୧୦ଟାରୁ ତାଙ୍କୁ ପଚରା ଉଚରା ଆରମ୍

ଭୁବନେଶ୍ୱର: ଟାଟା ଗ୍ରୁପ ନାଁରେ ଚାକିରୀ ଦେବା ନାଁରେ ଠକେଇ ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀଙ୍କୁ ଆଜି ୭ ଘଣ୍ଟାର ମାରାଥନ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) । ସକାଳ ପ୍ରାୟ ସାଢେ ୧୦ଟାରୁ ତାଙ୍କୁ ପଚରା ଉଚରା ଆରମ୍ଭ ହୋଇଥିଲା । ପୂର୍ବତନ IFS ଅଭୟ ପାଠକଙ୍କ ଆର୍ଥିକ କାରବାର ମାମଲାରେ ପଚରାଉଚରା ପାଇଁ ହାଜର ହେବାକୁ ସୁଜାତାଙ୍କୁ ଇଡି ନୋଟିସ୍‌ କରିଥିଲା ।

Odisha

ପୂର୍ବରୁ ପ୍ରଦୀପ ପାଣିଗ୍ରାହୀ ଓ ଝିଅ ସୃତି ପାଣିଗ୍ରାହୀଙ୍କୁ ଜେରା କରିଥିଲା ଇଡି। ଇଡି ସୂଚନା ଅନୁସାରେ, ପୂର୍ବତନ IFS ଅଧିକାରୀ ଅଭୟ ପାଠକ ଭିଜିଲାନ୍ସ ଦ୍ଵାରା ଗିରଫ ପରେ ତାଙ୍କର ବେଆଇନ ଆର୍ଥିକ କାରାବର ନେଇ ତଦନ୍ତ କରିଥିଲା ଇଡି । ନୋଟିସ୍‌ ପାଇ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ସୁଜାତା ପାଣିଗ୍ରାହୀ ।

ତଦନ୍ତ ବେଳ ଜଣା ପଡିଲା ଅଭୟଙ୍କ ଆକାଉଣ୍ଟରୁ ତାଙ୍କ ପୁଅ ଆକାଶ ପାଠକ ଆକାଉଣ୍ଟକୁ ବିଭିନ୍ନ ସମୟରେ 9 କୋଟି ଟଙ୍କା ଟ୍ରାଞ୍ଜକସନ ହୋଇଛି। ଏତେ ଟଙ୍କା କାହିଁକି ଆସିଲା ତଦନ୍ତ ବେଳେ ଆକାଶ ପାଠକଙ୍କ କେଲେଙ୍କାରୀ ସାମ୍ନାକୁ ଆସିଲା। ଆକାଶ ନିଜକୁ ଟାଟା ଗ୍ରୁପର ବରିଷ୍ଠ ଅଧିକାରୀ କହି ଚାକିରୀ ଦେବା ନାଁରେ ଲୋକଙ୍କୁ ଟଙ୍କା ନେଇ ଟକେଇ କରିଥିଲେ । ଯେଉଁଥିରେ ତାଙ୍କୁ ସହଯୋଗ କରିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+