ନକଲି ଔଷଧ କାରବାର ମାମଲାରେ ବିଭିନ୍ନ ଦୋକାନରେ ଡ୍ରଗ କଣ୍ଟ୍ରୋଲର ରେଡ

ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ନିର୍ମିତ ବ୍ୟାଚ୍ ନମ୍ବର 18211055 ଥିବା ଟେଲମା-40 ମେଡିସିନ ନକଲି ବୋଲି ଅଭିଯୋଗ ହୋଇଛି । ଯଦି ଆପଣ ଏହି ବ୍ୟାଚ୍ ନମ୍ବର ମେଡିସିନ ଖାଉଛନ୍ତି, ତେବେ ଟିକେ ସତର୍କ ରହୁନ୍ତୁ ।

ଭୁବନେଶ୍ୱର: ନକଲି ଔଷଧ କାରବାର ଅଭିଯୋଗ ପରେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ। ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶ କ୍ରମେ ମେଡିସିନ ଦୋକାନରେ ଚାଲିଛି ଚଢ଼ାଉ । ଭୁବନେଶ୍ୱରରେ ୩ ଜଣ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଜାରି ରହିଛି ଚଢ଼ାଉ ।

Fake Drug

ପାଟଣା, ବେଙ୍ଗାଲୁରୁ ଆଦି ସ୍ଥାନରୁ ଏକ ନିର୍ଦ୍ଦିଷ୍ଟ କମ୍ପାନି ଦୁଇ ମାସ ହେଲା କଟକ ଓ ଭୁବନେଶ୍ବରର କିଛି ଔଷଧ ଏଜେନ୍ସିକୁ ଉଚ୍ଚ ରକ୍ତଚାପର ଔଷଧ ପଠାଇଥିଲା । ଏହି ଔଷଧ ଖାଇବା ପରେ ବି ରୋଗ ଉପଶମ ହେଉ ନଥିଲା । କିନ୍ତୁ, ଯେଉଁ ଔଷଧ ବଜାରରୁ କିଣାଯାଇଥିଲା ତାହା ଏକ ଦାମୀ ବ୍ରାଣ୍ଡ୍‌ର ଔଷଧ। ଫଳରେ, ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଫଳରେ, ଏକ ଦାମୀ ବ୍ରାଣ୍ଡ୍‌ର ଖୋଳକୁ ବ୍ୟବହାର କରାଯାଇ ସେଥିରେ ଭେଜାଲ କମ୍ପାନିର ଔଷଧ ବଜାରକୁ ଛଡ଼ାଯାଉଥିବା ଅଭିଯୋଗ ହୋଇଥିଲା । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ନିର୍ମିତ ବ୍ୟାଚ୍ ନମ୍ବର 18211055 ଥିବା ଟେଲମା-40 ମେଡିସିନ ନକଲି ବୋଲି ଅଭିଯୋଗ ହୋଇଛି । ଯଦି ଆପଣ ଏହି ବ୍ୟାଚ୍ ନମ୍ବର ମେଡିସିନ ଖାଉଛନ୍ତି, ତେବେ ଟିକେ ସତର୍କ ରହୁନ୍ତୁ ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗ୍ଲେନମାର୍କ କମ୍ପାନୀର ଲୋଗୋ ବ୍ୟବହାର କରି ଟେଲମା 40 ଓ ଟେଲମା AM ଔଷଧର ନକଲି କରି ବଜାରକୁ ଛଡ଼ାଯାଉଛି । ଏହାପରେ ଭୁବନେଶ୍ବରରେ ପ୍ରଥମେ ଚଢ଼ଉ କରାଯାଇଥିବାବେଳେ ଏହାର ଚେର କଟକକୁ ଲମ୍ବିଥିବା ଜଣାପଡ଼ିଥିଲା । ଏହି ଚଢଉ ପରେ ଭେଜାଲ ଔଷଧ ବିକ୍ରି ସଂପର୍କିତ ତଥ୍ୟ ସାମ୍‌ନାକୁ ଆସିବାରେ ଲାଗିଛି । ସିକ୍କିମରୁ ଏହି ଔଷଧ ପ୍ରସ୍ତୁତ କରାଯାଉଛି।

Fake Drug

ଡ୍ରଗ୍ସ କଣ୍ଟ୍ରୋଲର ଜଣେ କତୃପକ୍ଷ ପ୍ରବେଶ ଲେଙ୍କା କହିଛନ୍ତି, "ଜଣେ ଗ୍ରାହକ ଏହି ଅଭିଯୋଗ ଆଣିଛନ୍ତି ଯେ ନକଲି ଟେଲମା-40 ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସର କଭରରେ ବିକ୍ରି ହେଉଛି। ଅଭିଯୋଗ ପରେ ଆମେ ଔଷଧ ବିକ୍ରେତାମାନଙ୍କୁ ବଜାରରୁ ଟେଲମା-40 ଔଷଧ ପ୍ରତ୍ୟାହାର କରିବାକୁ କହିଛୁ। ଏହି ନିର୍ଦ୍ଦିଷ୍ଟ ବ୍ୟାଚ୍ ନମ୍ବର ଥିବା ଟେଲମା-40 ଔଷଧ ବିକ୍ରୟ ନକରିବାକୁ ଆମେ ନିର୍ଦ୍ଦେଶ ମଧ୍ୟ ଦେଇଛୁ । ଏହି ଔଷଧଗୁଡ଼ିକ ଅଗଷ୍ଟ 23 ରେ ଓଡିଶାକୁ ଆସିଛି। "

"ଆମେ ଗ୍ଲେନମାର୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛୁ ଯେ ଟେଲମା 40 ସେମାନଙ୍କ ଦ୍ୱାରା ଉତ୍ପାଦିତ ହେଉଛି କି ନାହିଁ ତାହା ନିଶ୍ଚିତ କରିବାକୁ। ଏହି ଔଷଧ ଅନ୍ୟ ରାଜ୍ୟକୁ ମଧ୍ୟ ଯୋଗାଇ ଦିଆଯାଇଛି। ଆମେ ଏହାକୁ ଭ୍ରାନ୍ତ ଘୋଷଣା କରିନାହୁଁ କାରଣ ଆମେ ଏପର୍ଯ୍ୟନ୍ତ ପରୀକ୍ଷା ରିପୋର୍ଟ ପାଇ ନାହୁଁ ଏବଂ ଔଷଧର ସମ୍ପୃକ୍ତ ଉତ୍ପାଦନ କର୍ତ୍ତୃପକ୍ଷଙ୍କ ରିପୋର୍ଟକୁ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+