କାଲି ରାଜଧାନୀରେ ପୁଣି ହେବ ଟ୍ରାଫିକ୍ ଜାମ୍! : ଡ୍ରାଇଭର ମହାସଙ୍ଘର ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ
୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଆସନ୍ତାକାଲି ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦେଇଛି । ଓଡିଶା ମୋଟର ଚାଳକ ସଂଘ, ପରିବହନ ସଂଘ, ଡ୍ରାଇଭର ମହାସଂଘ ଭଳି ବିଭିନ୍ନ ସଂଘ ମିଳିତ ଭାବରେ ଏହି ବନ୍ଦ ଡାକରା ଦେଇଛନ୍ତି ।
ଭୁବନେଶ୍ବର: ୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଆସନ୍ତାକାଲି ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦେଇଛି । ଓଡିଶା ମୋଟର ଚାଳକ ସଂଘ, ପରିବହନ ସଂଘ, ଡ୍ରାଇଭର ମହାସଂଘ ଭଳି ବିଭିନ୍ନ ସଂଘ ମିଳିତ ଭାବରେ ଏହି ବନ୍ଦ ଡାକରା ଦେଇଛନ୍ତି ।
ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ହେବ ବୋଲି ସଂଘ କହିଛି । ଏବେ ଦଶମ ପରୀକ୍ଷା ଚାଲିଥିବା ହେତୁ ଭୁବନେଶ୍ୱର ସହରରେ କୌଣସି ଧାରଣା ଦିଆଯିବ ନାହିଁ ବୋଲି ସଙ୍ଘ କହିଛି । ଗତକାଲି ୬ ଦଫା ଦାବି ନେଇ ମନ୍ତ୍ରୀଙ୍କ ସହ କଥା ହୋଇ ଥିଲେ ସଂଘ କିନ୍ତୁ କୌଣସି ସୁଫଳ ମିଳି ନଥିଲା ।

ତେଣୁ ହଳଦିଆ ନମ୍ବର ପ୍ଲେଟ ଥିବା ସମସ୍ତ ଗାଡି କାଲି ବନ୍ଦ କରିବାକୁ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରାଜ୍ୟର ସମସ୍ତ ବ୍ଲକ ଏବଂ ସଦର ମହକୁମାରେ ଆନ୍ଦୋଳନ କରିବ ମିଳିତ ମଞ୍ଚ। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ଚେତାବନୀ ଦେଇଛି ।
ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ସତ୍ତ୍ୱେ ଆସନ୍ତାକାଲି ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ ଚାଳିବ ବୋଲି ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଆସନ୍ତାକାଲି ହେବାକୁ ଥିବା ଆନ୍ଦୋଳନରେ ସହଯୋଗ କରିବ ନାହିଁ ବୋଲି ନିଖିଳ ଓଡିଶା ଅଟୋ ମହାସଂଘ ସାଧାରଣ ସମ୍ପାଦକ କହିଛନ୍ତି ।
ଅନ୍ୟପଟେ ଡ୍ରାଇଭର ମହାସଂଘକୁ ଚେତାବନୀ ଦେଇଛନ୍ତି ପୋଲିସ କମିଶନର । ରାସ୍ତାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିପି କହିଛନ୍ତି । ସେ କହିଛନ୍ତି ଯେ, କହିଛନ୍ତି ଯେ, ଗାଡି ଚଳାଚଳ ନେଇ ବିରୋଧ କଲେ ଆନ୍ଦୋଳକାରୀଙ୍କ ଉପରେ ଆବଶ୍ୟକ ସ୍ଥଳେ କାର୍ଯ୍ଯାନୁଷ୍ଠାନ ନିଆଯିବ। ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି । ପରୀକ୍ଷାର୍ଥୀ, ବିମାନଯାତ୍ରୀ, ରେଳଯାତ୍ରୀ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ପୋଲିସ ସଜାଗ ରହିବ। ଭୁବନେଶ୍ୱରରେ ଅତିରିକ୍ତ ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ୪୦ ଅଫିସର ମୁତୟନ ରହିବେ। ଏହା ସହିତ ସବୁ ଥାନା ଆଇଆଇସି ଓ ପିସିଆର ସଜାଗ ରହିବେ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।
ସୂଚନାଥାଉ କି, ଗତବର୍ଷ ଯେତେବେଳେ ଗାଡ଼ି ଚାଳକମାନେ ରାଜଧାନୀକୁ ଆସି ଆନ୍ଦୋଳନ କରିଥିଲେ ସେତେବେଳେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଜଧାନୀର ବିଭିନ୍ନ ପ୍ରବେଶ ପଥ ଦେଇ ସହର ଭିତରକୁ ମାଡ଼ି ଆସିଥିଲେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର । ପୂରା ଭୁବନେଶ୍ୱରକୁ କବ୍ଜା କରି ନେଇଥିବା ପରି ଲାଗୁଥିଲା । ଫଳରେ ରାଜଧାନୀରେ ସୃଷ୍ଟି ହୋଇଥିଲା ଗୁରୁତର ଟ୍ରାଫିକ ସମସ୍ୟା । ଭିଡ଼ ଭିତରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଫସିରହିବା ସହ ଖୁବ୍ ହନ୍ତସନ୍ତ ହୋଇଥିଲେ । ଏଥର ପୁଣି ଥରେ ସମାନ ସ୍ଥିତି ଉପୁଜିବା ଆଶଙ୍କା ରହିଛି ।












Click it and Unblock the Notifications