Get Updates
Get notified of breaking news, exclusive insights, and must-see stories!

ଆରମ୍ଭ ହେଲା ଷ୍ଟିୟରିଂ ଛାଡ ଅନ୍ଦୋଳନ :ବିଭିନ୍ନ ସ୍ଥାନରେ ରାସ୍ତାକୁ ଓଲ୍ଲାହିଲେ ଶହ ଶହ ସଂଖ୍ୟାରେ ଡ୍ରାଇଭର

୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ଓଡିଶା ମୋଟର ଚାଳକ ସଂଘ, ପରିବହନ ସଂଘ, ଡ୍ରାଇଭର ମହାସଂଘ ଭଳି ବିଭିନ୍ନ ସଂଘ ମିଳିତ ଭାବରେ ଏହି ବନ୍ଦ ଡାକରା ଦେଇଛନ୍ତି ।

strike

ଭୁବନେଶ୍ୱର: ୧୦ ଦଫା ଦାବିରେ ଡ୍ରାଇଭର୍ ସଂଘର ଷ୍ଟିୟରିଂ ଛାଡ ଅନ୍ଦୋଳନ ଆରମ୍ଭ ହୋଇଯାଇଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ଡ୍ରାଇଭର । ସକାଳୁ ସକାଳୁ ଭୁବନେଶ୍ୱର ତମାଣ୍ତୋରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ ହୋଇଯାଇଛି । ସେହିପରି ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ମଧ୍ୟ ଆରମ୍ଭ ହୋଇଯାଇଛି । ବୁର୍ଲା, କୁଚିଣ୍ତା, ହୀରାକୁଦ, ବଣାଇ, ଗୁରୁଣ୍ତିଆ, ଲହୁଣୀପଡ଼, କୋଇଡାରେ ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳୁଛି । ଯଦି କୌଣସି ବ୍ୟକ୍ତି ଆଇନକୁ ହାତକୁ ନିଅନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର । ଅନ୍ୟପକ୍ଷରେ ସମସ୍ତ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଅତିରିକ୍ତ ୧୫ ପ୍ଲାଟୁନ ଫୋର୍ସ ଏବଂ ୪୦ ଜଣ ଅଫିସର ମୁତୟନ କରାଯାଇଛି । ସେପଟେ ପରିବନୟ ମନ୍ତ୍ରୀ କହିଛନ୍ତି, ଡ୍ରାଇଭରଙ୍କ ଦାବିକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇ ବିଚାର କରିବେ ।

ସୂଚନାଥାଉ ଯେ, ୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦେଇଛି । ଓଡିଶା ମୋଟର ଚାଳକ ସଂଘ, ପରିବହନ ସଂଘ, ଡ୍ରାଇଭର ମହାସଂଘ ଭଳି ବିଭିନ୍ନ ସଂଘ ମିଳିତ ଭାବରେ ଏହି ବନ୍ଦ ଡାକରା ଦେଇଛନ୍ତି । ତେବେ ଦଶମ ପରୀକ୍ଷା ଚାଲିଥିବା କାରଣରୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରହିଛି ଏବଂ ଭୁବନେଶ୍ୱର ସହରର ମଧ୍ୟରେ କୌଣସି ବିରୋଧ କରାଯାଉ ନାହିଁ ।

ସୂଚନାଥାଉ ଯେ, ୧୦ ଦଫା ଦାବି ନେଇ ମନ୍ତ୍ରୀଙ୍କ ସହ କଥା ହୋଇ ଥିଲେ ସଂଘ କିନ୍ତୁ କୌଣସି ସୁଫଳ ମିଳି ନଥିଲା । ତେଣୁ ହଳଦିଆ ନମ୍ବର ପ୍ଲେଟ ଥିବା ସମସ୍ତ ଗାଡି ଆଜି ବନ୍ଦ କରିବାକୁ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରାଜ୍ୟର ସମସ୍ତ ବ୍ଲକ ଏବଂ ସଦର ମହକୁମାରେ ଆନ୍ଦୋଳନ ଆରମ୍ଭ କରିଛି ମିଳିତ ମଞ୍ଚ। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ଚେତାବନୀ ଦେଇଛି । ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ସତ୍ତ୍ୱେ ଆଜି ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ ଚାଳିବ ବୋଲି ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସ୍ପଷ୍ଟ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+