Get Updates
Get notified of breaking news, exclusive insights, and must-see stories!

ଡ୍ରାଇଭର ସଂଘ ନାଁରେ ୩ଟି ମାମଲା ରୁଜୁ: ଡିସିପି କହିଲେ, ଭିଡିଓ ଫୁଟେଜ୍ ଅନୁସାରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ଡ୍ରାଇଭର ମହାସଂଘ ନିଜର ୧୦ ଦଫା ଦାବି ନେଇ ରାଜଧାନୀ ଭୁବନେଶ୍ୱରକୁ ୮ଘଣ୍ଟା ଧରି କବଜା କରିବା ଘଟଣା । ଏ ନେଇ ୩ଟି ମାମଲା ରୁଜୁ କରାଯାଇଛି ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ଭୁବନେଶ୍ୱର: ଓଡ଼ିଶା ଡ୍ରାଇଭର ମହାସଂଘ ନିଜର ୧୦ ଦଫା ଦାବି ନେଇ ରାଜଧାନୀ ଭୁବନେଶ୍ୱରକୁ ୮ଘଣ୍ଟା ଧରି କବଜା କରିବା ଘଟଣା । ଏ ନେଇ ୩ଟି ମାମଲା ରୁଜୁ କରାଯାଇଛି ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଗତକାଲି ଭୁବନେଶ୍ବରରେ ଡ୍ରାଇଭର ମହାସଂଘ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଘଟଣାର ଭିଡିଓ ଫୁଟେଜ ସଂଗ୍ରହ କରାଯାଇଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିଜି କହିଛନ୍ତି ।

Odisha Driver Strike

ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୧୮ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶା ଡ୍ରାଇଭର ମହାସଂଘର ଡାକରାରେ ସମଗ୍ର ରାଜ୍ୟରୁ ପ୍ରାୟ ୭୦ରୁ ୮୦ହଜାର ଡ୍ରାଇଭର ଏକଜୁଟ ହୋଇଥିଲେ । ଯଦିଓ ରାଜ୍ୟ ଗୁଇନ୍ଦା ବିଭାଗ ପ୍ରାୟ ୪୦ହଜାର ଡ୍ରାଇଭର ରାଜ୍ୟର ବିଭିନ୍ନ ଭାଗରୁ ରାଜଧାନୀକୁ ଏପ୍ରିଲ ୧୭ତାରିଖ ରାତିରୁ ଆସି ପହଞ୍ଚିବେ ବୋଲି ୪୮ଘଣ୍ଟା ପୂର୍ବରୁ ଭୁବନେଶ୍ୱର ଡିସିପିଙ୍କ ସମେତ ସବୁ ଜିଲ୍ଲାର ଏସପିମାନଙ୍କୁ ଅବଗତ କରାଇଥିଲା । କିନ୍ତୁ ଏଭଳି ଇନପୁଟ୍ ଥିବା ସତ୍ତ୍ୱେ କମିଶନରେଟ ପୁଲିସ କାହିଁକି ଡ୍ରାଇଭରମାନଙ୍କ ସମାବେଶକୁ ସୁବ୍ୟବସ୍ଥିତ କରିବା ପାଇଁ ତ୍ୱରିତ୍ ଟ୍ରାଫିକ୍ ପ୍ଲାନ୍ କଲାନି ଓ ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକୁ ସେମାନଙ୍କ କବଜାରେ ରହିବାକୁ ଦେଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି ।
ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ କିଛି ଜାଗାରେ ସେମାନେ ରାସ୍ତା ଅବରୋଧ କରିଥିଲେ, ହିଂସା ବି ଘଟାଇଛନ୍ତି। କିଛି ସ୍ଥାନରେ ପୁଲିସକୁ ହଇରାଣ ବି କରିଛନ୍ତି। ଲୋକଙ୍କୁ ଠେଲାପେଲା କରିଛନ୍ତି। ଭିଡ଼ ଉପରେ ସେମାନଙ୍କ ସଂଘ ନେତାମାନଙ୍କର ନିୟନ୍ତ୍ରଣ ନ ଥିଲା। ଭିଡିଓ ଫୁଟେଜ ସଂଗ୍ରହ କରାଯାଇଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Odisha Driver Strike

ଗତକାଲି ସମ୍ମାନ,ସୁରକ୍ଷା ଓ ବୀମା ଆଦି ବିଭିନ୍ନ ଦାବିରେ ଓଡିଶା ଡ୍ରାଇଭର ମହାସଂଘର ପକ୍ଷରୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ହଜାର ହଜାର ଡ୍ରାଇଭର ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଡ୍ରାଇଭର। ଡ୍ରାଇଭରଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ଦେବା ସହ ସେମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ ଲାଗି ଆଇନ ପ୍ରଣୟନ, ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ,ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି, ଦୁର୍ଘଟଣାରେ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦିଆଯାଉ, ୫୫ ବର୍ଷ ପରେ ପେନସନ ଦେବାକୁ ଦାବି, ଡ୍ରାଇଭରଙ୍କୁ ଆବାସ ଯୋଜନାରେ ଗୃହନିର୍ମାଣ,ଡ୍ରାଇଭରଙ୍କ ପିଲାଙ୍କୁ ଉଚ୍ଚଶିକ୍ଷା ଲାଗି ବ୍ୟବସ୍ଥା କରାଯିବା, ଗାଡି ଗୁଡିକୁ ପାର୍କି ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ପାଇଁ ବିଶ୍ରାମଗାର,ଶୌଚାଳୟର ବ୍ୟବସ୍ଥା, ଡ୍ରାଇଭର ମାନଙ୍କର ନିର୍ଦ୍ଧାରିତ ମୂଲ୍ୟାଙ୍କନ ଏବଂ ଗାଡି ଚଳାଇବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଉ ଆଦି ଦାବି ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+