ତମାଣ୍ଡୋ ଛକରେ ତାଣ୍ଡବ: ଦୁଇ ଡ୍ରାଇଭର ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି

ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ତେବେ ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ତମାଣ୍ତୋ ଛକରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀର ଡ୍ରାଇଭର୍‌ ।

Odisha Driver Association Strike

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଡ୍ରାଇଭର ସଂଘର ବିରୋଧ ପ୍ରଦର୍ଶନ । ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ତେବେ ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ତମାଣ୍ତୋ ଛକରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀର ଡ୍ରାଇଭର୍‌ ।

ମିଳିଥିବା ସୂଚନାନୁସାରେ, ଡ୍ରାଇଭର ସଂଘର ଆନ୍ଦୋଳନକୁ ବାହର ରାଜ୍ୟରୁ ଆସୁଥିବା ଡ୍ରାଇଭର ବିରୋଧ କରିଥିଲେ । ଯାହକୁ ନେଇ ତମାଣ୍ଡୋ ଛକରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଥିଲା । ଦୁଇ ଗୋଷ୍ଠୀ ଡ୍ରାଇଭରଙ୍କ ଭିତରେ ଠେଲାପେଲା ସହ ମାରପିଟର ଚିତ୍ର ସାମ୍ନାକୁ ଆସିଥିଲା ।
ରାଜରାସ୍ତା ଉପରେ ଠେଲାପେଲା, ଗଣ୍ଡଗୋଳ ହେବାରୁ ରାସ୍ତାର ଦୁଇ ପଟେ ଅଟକି ଯାଇଥିଲା ଶହ ଶହ ଗାଡି । ଫଳରେ ଜାତୀୟ ରାଜପଥ କିଛି ସମୟ ପାଇଁ ଜାମ ହୋଇ ଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି ।

ସେପଟେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଧର୍ମଘଟ ଯୋଗୁଁ ରାଜ୍ୟରେ ଅଘୋଷିତ ବନ୍ଦ ଭଳି ସ୍ଥିତି । ଠପ୍ ହୋଇଯାଇଛି ଜୀବନଯାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ଘଣ୍ଟାଘଣ୍ଟା ଧରି ଅଟକି ରହିଛନ୍ତି ଯାତ୍ରୀ । କେଉଁଠି ଛାତ୍ରଛାତ୍ରୀ ଓ ଅଧ୍ୟାପକ ତ କେଉଁଠି ତୀର୍ଥଯାତ୍ରୀ, ଗାଡି ନପାଇ ହନ୍ତସନ୍ତ ହୋଇଛନ୍ତି ସମସ୍ତେ । ଜରୁରୀ କାମରେ ଘରୁ ବାହାରିଥିବା ଲୋକେ ବି ହଇରାଣ ହରକତ ହୋଇଛନ୍ତି ।

ତେବେ ଘରୋଇ ବସ୍‌ ଚଳାଚଳ ବନ୍ଦ ନେଇ ଚେତାବନୀ ଦେଇଛି ଘରୋଇ ବସ୍‌ ମାଲିକ ସଙ୍ଘ । ଡ୍ରାଇଭର ସଂଘର ଆନ୍ଦୋଳନ ଦୃଷ୍ଟିରୁ ରଖି ଏଭଳି ଚେତାବନୀ ଦେଇଛି ସଙ୍ଘ । ସନ୍ଧ୍ୟା ସୁଦ୍ଧା ରାସ୍ତା କ୍ଲିଅର ନ ହେଲେ ବସ୍‌ ବନ୍ଦ ଧମକ ଦିଆଯାଇଛି । ପ୍ରେସମିଟ୍‌ କରି ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ୍‌ ମାଲିକ ସଂଘ । ପୋଲିସ ସୁରକ୍ଷା ଦେଉ ନ ଥିବା ଅଭିଯୋଗ କରିଛନ୍ତି ବସ୍‌ ମାଲିକ ସଂଘ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+