ଚିଲିକା ଓ ଗହୀରମଥାରେ ଅଛନ୍ତି କେତେ ଡଲଫିନ ?
ଚିଲିକା ଓ ଗହୀରମଥାରେ ଆଜିଠୁ ଆରମ୍ଭ ହେଲା ଡଲଫିନ ଗଣନା । ଆଜି ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା । ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ।
ଭୁବନେଶ୍ୱର: ଚିଲିକା ଓ ଗହୀରମଥାରେ ଆଜିଠୁ ଆରମ୍ଭ ହେଲା ଡଲଫିନ ଗଣନା । ଆଜି ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା । ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ । ଗଣନା କାମରେ ନିୟୋଜିତ ହୋଇଛନ୍ତି ୨୭ଜଣ । ସେମାନଙ୍କୁ ଦୂରବୀକ୍ଷଣ ଯନ୍ତ୍ର, ଜିପିଏସ୍ ହ୍ୟାଣ୍ଡସେଟ୍, କ୍ୟାମେରା କିମ୍ୱା ହ୍ୟାଣ୍ଡିକେମ୍ ।

ବୋଟ ମାଧ୍ୟମରେ ଚିଲିକା ଭିତରକୁ ଯାଇ ଜିପିଏସ୍,ଲାଇନଟ୍ରାକ୍, ବାଇନାକୁଲର, ଫଟୋଗ୍ରାଫୀ ଓ ଭିଡିଓ ଗ୍ରାଫୀ ମାଧ୍ୟମରେ ମଧ୍ୟ ସର୍ଭେ କରାଯଉଛି । ତେବେ ଗଣନାର ପ୍ରଥମ ଦିନର ସଂକେତ ଅନୁସାରେ ଚଳିତ ଥର ଡ଼ଲଫିନ ସଂଖ୍ୟା ବୃଦ୍ଧି ନେଇ ଆଶା କରାଯାଉଛି ।
ଚିଲିକାରେ ନିୟୋଜିତ ଗଣନାକାରୀଙ୍କ ମଧ୍ୟରେ ସାତପଡାରୁ ରହିଛନ୍ତି ୮ଜଣ ଓ ବାଲୁଗାଁରେ ରହିଛନ୍ତି ୧୦ଜଣ । ଗହୀରମଥା ଠାରେ ୯ଜଣ ଡଲଫିନ ଗଣନାକାରୀ ନିୟୋଜିତ ହୋଇଛନ୍ତି । ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ମଟର ବୋଟ୍ ଆସୋସିଏସନର ସଦସ୍ୟ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଡିସେମ୍ୱର ୨୩ ତାରିଖ ପର୍ଯ୍ୟନ୍ତ ଡଲଫିନ ଗଣନା ହେବ । ଆଜି ଅପରାହ୍ନ ୨ଟା ଯାଏଁ ଉଭୟ ସ୍ଥାନରେ ବୋଟ୍ ଚଳାଚଳକୁ ନିଷିଦ୍ଧ କରାଯାଇଛି ।
୨୦୧୫ଠାରୁ ଏଠାରେ ଡଲଫିନ ଗଣନା ଆରମ୍ଭ ହୋଇଛି । ଚିଲିକାରେ ଡଲଫିନଙ୍କ ସଂଖ୍ୟା ଜାଣିବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚଳିତ ବର୍ଷଠାରୁ ଜଙ୍ଗଲ ବିଭାଗ ମଧ୍ୟ ସଚେଚନତା ଆରମ୍ଭ କରିଛି । ମାର୍ଚ୍ଚ ୩୦ ତାରିଖରେ ଜାରି ରିପୋର୍ଟ ଅନୁସାରେ, ଚଳିତବର୍ଷ ଚିଲିକାରେ ୭୨୬ ଡଲଫିନ ରହୁଛନ୍ତି । ଯାହାକୁ ୨୦୨୧ରେ ୫୪୪ ଥିଲା । ଚିଲିକା ଅପେକ୍ଷା ଗହୀରମଥାରେ ଅଧିକ ଡଲଫିନ ରହୁଛନ୍ତି
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications