ମେଡ଼ିକାଲ ଭିତରେ ହେଲମେଟ୍ ପିନ୍ଧି ଚିକିତ୍ସା କରୁଛନ୍ତି ଡାକ୍ତର, ଜାଣନ୍ତୁ କାହିଁକି ?
ବଲାଙ୍ଗିର: ମେଡ଼ିକାଲ ଭିତରେ ହେଲମେଟ୍ ପିନ୍ଧି ଚିକିତ୍ସା କରୁଛନ୍ତି ଡାକ୍ତର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦାଣ୍ଡମୁଦ ସ୍ୱାସ୍ଥ୍ୟକେନ୍ଦ୍ରରେ । ଛାତରୁ ସିମେଣ୍ଟ ଖଣ୍ଡ ଖସୁଥିବାରୁ ହେଲମେଟ୍ ପିନ୍ଧି ରୋଗୀ ଦେଖିବାକୁ ବାଧ୍ୟ ହେଉଛନ୍ତି ଡାକ୍ତର ।

୫ ବର୍ଷ ତଳେ ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ଗାଁରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ମରାମତି ହୋଇଥିଲା। ତା'ପରଠାରୁ ସେଠାରେ ରୋଗୀ ସେବା ଚାଲିଥିଲା। ହେଲେ ସୋମବାର ଉକ୍ତ ମେଡ଼ିକାଲ୍ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସି ପଡ଼ିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ଫର୍ମାସିଷ୍ଟ ସୁମନ୍ତ କୁମାର ନାୟକ ଓ ଅଳ୍ପ କିଛି ରୋଗୀ । ପ୍ଲାଷ୍ଟର ଖସିବାରୁ ଛାତର ରଡ୍ ଦେଖାଯାଉଛି। ତେଣୁ ସେ ନିଜକୁ ଅସୁରକ୍ଷିତ ମଣି ନିଜ ରୁମରେ ହେଲମେଟ୍ ପିନ୍ଧି ବସିଛନ୍ତି। ଆଉ ରୋଗୀଙ୍କୁ ଔଷଧ ବାଣ୍ଟୁଛନ୍ତି ।
ତେବେ ଏନେଇ ମେଡ଼ିକାଲର ଡାକ୍ତର କହିଛନ୍ତି, ୫ ବର୍ଷ ତଳେ ମରାମତି ହୋଇଥିଲା। ଗତ ବର୍ଷାରେ ପାଣି ଟିକେ ଟିକେ ଲିକେଜ ହେଉଥିଲା । ଏନେଇ ଉଚ୍ଚ ପଦସ୍ତ ଅଧିକାରୀଙ୍କ ପାଖରେ ମୌଖିକ ଭାବେ କହିଥିଲି । କୌଣସି ଚିଠି କରିନଥିଲି । ମରାମତି କରାଯିବ ବୋଲି କୁହାଯାଇଥିଲା ।












Click it and Unblock the Notifications