Get Updates
Get notified of breaking news, exclusive insights, and must-see stories!

ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆଜି ପାଳନ ହେବ ଓଡିଶା ଦିବସ: ଡାଲଖାଇ, ବଜାସାଲ୍ ନୃତ୍ୟରେ କମ୍ପିବ ପ୍ରଗତି ମୈଦାନ

ପ୍ରଗତି ମୈଦାନରେ ଆୟୋଜିତ ହୋଇଥିବା ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆଜି ପାଳନ ହେବ ଓଡିଶା ଦିବସ । ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଏଥିରେ ଓଡିଶାର ବହୁ ସୁନାମଧନ୍ଯ କଳାକାରମାନେ ପ୍ରସିଦ୍ଧ ଡାଲ୍‌ଖାଇ, ବଜାସାଲ୍ ଓଡିଶୀ ଆଦି ନୃତ୍ୟ ପରିବେଷଣ କରିବେ।

ନୂଆଦିଲ୍ଲୀ: ସ୍ଥାନୀୟ ପ୍ରଗତି ମୈଦାନରେ ଆୟୋଜିତ ହୋଇଥିବା ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆଜି ପାଳନ ହେବ ଓଡିଶା ଦିବସ । ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଏଥିରେ ଓଡିଶାର ବହୁ ସୁନାମଧନ୍ଯ କଳାକାରମାନେ ପ୍ରସିଦ୍ଧ ଡାଲ୍‌ଖାଇ, ବଜାସାଲ୍ ଓଡିଶୀ ଆଦି ନୃତ୍ୟ ପରିବେଷଣ କରିବେ। ଏଥିସହିତ କଣ୍ଠଶିଳ୍ପୀ ଶ୍ରୀମତୀ ସୁସ୍ମିତା ଦାସ୍ ଓ ତାଙ୍କ ସାଥୀ କଳାକାରମାନେ ସଙ୍ଗୀତ ପରିବେଷଣ କରିବେ ।

India International Trade Fair

ଆର୍ନ୍ତଜାତୀୟ ବାଣିଜ୍ୟ ମେଳା ପରିସର ସ୍ଥିତ ଆମ୍ଫି ଥୀଏଟର-୦୧ ରେ ଓଡ଼ିଶା ଦିବସ ଆୟୋଜିତ ହେବ। ଅପରାହ୍ନ ୦୨ ଟା ୩୦ ରେ ଏହି ଉତ୍ସବକୁ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଉଦଘାଟନ କରିବେ । ଏହି କ୍ରାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଲେନିନ୍ ମହାନ୍ତି ଏବଂ ଉତ୍କଳ ପ୍ରସଙ୍ଗ ଓଡ଼ିଶା ରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ରଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ।

ରାଜ୍ୟ ଉତ୍ସବ ପାଳନ ଅବସରରେ ଓଡିଶୀ, ସମ୍ବଲପୁରୀ, ବଜାଶାଲ ଓ ଆଧୁନିକ ନୃତ୍ୟ ପ୍ରଦର୍ଶିତ ହେବ। ଭୁବନେଶ୍ୱରସ୍ଥିତ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ବଜାଶାଲ, ସମ୍ବଲପୁରର ଲହରୀ ଅନୁଷ୍ଠାନର କଳାକାରମାନେ ଡାଲଖାଇ ଏବଂ ସୁମିତା ଦାସଙ୍କ ସଂଯୋଜନାରେ ମୋକ୍ଷ ଡ୍ୟାନ୍ସ ଗୃପର କଳାକାର ମାନେ ଆଧୁନିକ ନୃତ୍ୟ ପରିବେଷଣ କରିବେ। ଏତଦବ୍ୟତୀତ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ବତନ୍ତ୍ର ସଂଖ୍ୟା ମଧ୍ୟ ଉନ୍ମୋଚିତ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+