For Quick Alerts
Turn On Notification  
For Daily Alerts
Oneindia App Download

ଆନ୍ତର୍ଜାତୀୟ ବାଣିଜ୍ୟ ମେଳା: ବିଶ୍ଵ ଦେଖିଲା ଓଡ଼ିଶାର କଳା, ଓଡିଆ ନୃତ୍ୟ ଗୀତରେ ଝୁମିଲା ଆମ୍ଫି ଥିଏଟର

ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାର ଏକାଦଶ ଦିବସରେ ଆଜି ଥିଲା ଓଡ଼ିଶା ରାଜ୍ୟ ଦିବସ । ସାଂସ୍କୃତିକ କାର୍ଯ୍ୟକ୍ରମର ଯଥେଷ୍ଟ ପୂର୍ବରୁ ମୁକ୍ତାକାଶ ରଙ୍ଗମଞ୍ଚ ଆମ୍ଫି ଥିଏଟର ବେଶ୍ ଲୋକାରଣ୍ୟ ହୋଇ ଯାଇଥିଲା ।

|

ନୂଆଦିଲ୍ଲୀ: ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାର ଏକାଦଶ ଦିବସରେ ଆଜି ଥିଲା ଓଡ଼ିଶା ରାଜ୍ୟ ଦିବସ । ସାଂସ୍କୃତିକ କାର୍ଯ୍ୟକ୍ରମର ଯଥେଷ୍ଟ ପୂର୍ବରୁ ମୁକ୍ତାକାଶ ରଙ୍ଗମଞ୍ଚ ଆମ୍ଫି ଥିଏଟର ବେଶ୍ ଲୋକାରଣ୍ୟ ହୋଇ ଯାଇଥିଲା । ସବୁ ବର୍ଗର ଲୋକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇବାର ପ୍ରୟାସ କରିଥିଲା ଓଡ଼ିଶା । ସମସ୍ତେ ପ୍ରତୀକ୍ଷା କରିଥିଲେ ଉପଭୋଗ କରିବା ପାଇଁ ଓଡ଼ିଶାର ଅନନ୍ୟ ଓଡିଶୀ, ସମ୍ବଲପୁରୀ, କଳାହାଣ୍ଡିର ବଜାଶାଳ ଲୋକନୃତ୍ୟ ଏବଂ ଆଧୁନିକ ଫ୍ୟୁଜନ ନୃତ୍ୟ ।

ndia International Trade Fair

ନିର୍ଦ୍ଧାରିତ ସମୟରେ ଓଡ଼ିଶାର ମାନ୍ୟବର ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରିବା ପରେ, ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ସଂଯୋଜନା ଓ ନିର୍ଦ୍ଦେଶନାରେ ଭୁବନେଶ୍ଵର ସ୍ଥିତ ରୁଦ୍ରାକ୍ଷ ଫାଉଣ୍ଡେସନର ଦ୍ୱାରା ପରିବେଶିତ ଓଡିଶୀ ନୃତ୍ୟ ମହାକାଳୀ ବନ୍ଦନା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପରେ ପରେ ନିର୍ଦ୍ଦେଶକ ମୋହିତ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରରୁ ଆସିଥିବା ଲହରୀ ଅନୁଷ୍ଠାନର କଳାକାରମାନଙ୍କ ସମ୍ବଲପୁରୀ ଡାଲଖାଇ ନୃତ୍ୟର ତାଳେତାଳେ ଝୁମି ଉଠିଥିଲା ଆମ୍ଫି ଥିଏଟର ।

ndia International Trade Fair

ଦର୍ଶକମାନଙ୍କ ଏହି ଉତ୍ସାହକୁ ଦ୍ଵିଗୁଣିତ କରିଥିଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଆସିଥିବା ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ । ପରିବେଷଣ କରିଥିଲେ ଲୋକପ୍ରିୟ ବଜାଶାଲ ନୃତ୍ୟ । ଶେଷରେ, ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସଙ୍ଗୀତ ମୂର୍ଚ୍ଛନାର ତାଳେତାଳେ ମୋକ୍ଷ ଡ୍ୟାନ୍ସ ଗୃପର କଳାକାରମାନେ ଆଧୁନିକ ଫ୍ୟୁଜନ ଡ୍ୟାନ୍ସ ମାଧ୍ୟମରେ ଓଡ଼ିଶାର ବୈଭବମୟୀ ଚିତ୍ରକୁ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ନଭେମ୍ବର ସଂସ୍କରଣକୁ ମଧ୍ୟ ମାନ୍ୟବର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଏବଂ ଉପସ୍ଥିତ ଅତିଥିଗଣ ଉନ୍ମୋଚନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ମାନନୀୟା ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ଓଡ଼ିଶା ପର୍ଯ୍ୟଟନ ନିଗମର ମାନନୀୟ ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ମାନନୀୟ ସମ୍ପାଦିକା କସ୍ତୁରୀ ମହାପାତ୍ର, ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂସ୍ଥାର ସାଧାରଣ ପରିଚାଳକ ଆର.ଏସ.ସାହୁ, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ଆବାସିକ କମିଶନର ରବିକାନ୍ତ ଓ ସ୍ୱତନ୍ତ୍ର ଆବାସିକ କମିଶନର ଦେବଯାନୀ ଚକ୍ରବର୍ତ୍ତୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ସୁବାଷ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯକ୍ରମକୁ ସୁପରିଚିତ ସଂଯୋଜିକା ସଂହତି ପାଣି ସଂଯୋଜନା କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Divas at India International Trade Fair: World Saw Odisha Art
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X