ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବଳୟରେ ବିଧାନସଭା: ସ୍ଥିତି ସମୀକ୍ଷା କଲେ ପୋଲିସ ଡ଼ିଜି
ଭୁବନେଶ୍ବର : ଆସନ୍ତାକାଲିଠୁ ( ସେପ୍ଟେମ୍ୱର ୨୨) ଆରମ୍ଭ ହେବ ବିଧାନସଭା । ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୋଲିସ ଡ଼ିଜି ସୁନୀଲ ବଂଶଲ ନିଜେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ବେଳେ ପୋଲିସ କମିଶନର, ଆଇନ ଶୃଙ୍ଖଳା ଏଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି, ଭୁବନେଶ୍ୱର ସିପିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମ ଥର ପାଇଁ ବାହାରେ ଏସଟିୟୁ ଓ ଓଏସଏଫ ନିୟୋଜିତ ହେବେ। ସେହିପରି ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଲି ଓ ଧାରଣ ଉପରେ ନଜର ରଖାଯାଇଛି । ସୁରକ୍ଷା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।
ରାଲି, ଧାରଣା ଓ ସୁରକ୍ଷାକୁ ନଜରରେ ରଖି ୫ଟି କଣ୍ଟ୍ରୋଲ ରୁମ୍ କରାଯାଇଛି । ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସ୍ପନସ ଟିମ, ସ୍ପେଶାଲ ଟାଇଟିକାଲ ୟୁନିଟ ରହିବେ । ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ପୋଲସ ଫୋର୍ସ ମୁତୟନ ହୋଇଛନ୍ତି । ୬ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିବେ । ୧୯ ଜଣ ଏସିପି, ୨୦ ଜଣ ଇନ୍ସସ୍ପେକ୍ଟର, ୭୫ ଏସଆଇ ଓ ଏଏସଆଇ ସୁରକ୍ଷା ଦାୟୀତ୍ଵରେ ରହିବେ ।

ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିବେ ପ୍ରମିଳା । ୨୦୧୪ ରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିଲା । ପରେ ୨୦୨୨ ଜୁନ୍ ମାସରେ ସୂର୍ଯ୍ୟ ନାରାୟଣଙ୍କ ଇସ୍ତଫା ପରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହୋଇଥିଲେ । ହେଲେ ମଇ ମାସରେ ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ।
ବିଞ୍ଝାରପୁର ଆସନରୁ ୧୯୯୦ରୁ ଏଯାବତ୍ ୬ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି ପ୍ରମିଳା । ପ୍ରଥମ ଥର ଜନତା ଦଳ ଟିକଟରେ ସେ ଜିତିଥିଲେ । ୨୦୦୦ରୁ ସେ ବିଜେଡି ଟିକଟରେ ଜିତି ଆସୁଛନ୍ତି ।












Click it and Unblock the Notifications