ଲୋୟର ପିଏମଜିରେ ପୋଲିସ-ବିଜେପି ମାରପିଟକୁ ନେଇ ପ୍ରତିକ୍ରିୟା ରଖିଲେ ଡିଜିପି ସୁନୀଲ ବଂଶଲ
ଲୋୟର ପିଏମଜି ଆଜି ସାଜିଥିଲା ରଣକ୍ଷେତ୍ର । ବିଜେପି କର୍ମୀ-ପୋଲିସ ମଧ୍ୟରେ ଦେଖିବାକୁ ମିଳିଥିଲା ଖଣ୍ଡଯୁଦ୍ଧ । ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ପୋଲିସ୍ କର୍ମୀଙ୍କ ଧସ୍ତାଧସ୍ତି ମାରପିଟରେ ୨୧ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି ।

ଭୁବନେଶ୍ୱର: ଲୋୟର ପିଏମଜି ଆଜି ସାଜିଥିଲା ରଣକ୍ଷେତ୍ର । ବିଜେପି କର୍ମୀ-ପୋଲିସ ମଧ୍ୟରେ ଦେଖିବାକୁ ମିଳିଥିଲା ଖଣ୍ଡଯୁଦ୍ଧ । ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ପୋଲିସ୍ କର୍ମୀଙ୍କ ଧସ୍ତାଧସ୍ତି ମାରପିଟରେ ୨୧ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ତେବେ ଏହି ତୁମୁଳକାଣ୍ଡ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଜିପି ସୁନୀଲ ବଂଶଲ ।
ଡିଜିପି କହିଛନ୍ତି ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତେ ବିରୋଧ କରିପାରିବେ । ମାତ୍ର ବିଜେପି ଆଇନକୁ ହାତକୁ ନେଇଥିଲା । ପୋଲିସ ଧୈର୍ଯ୍ଯର ସହିତ ସମସ୍ତଙ୍କୁ ଅଟକାଇବା ବେଳେ କ୍ଷୁବ୍ଧ ହୋଇ ପୋଲିସ ଉପରେ ଆକ୍ରମଣ କରିଥିଲେ ବିଜେପି କର୍ମୀ । ଯେଉଁଥିରେ ୨୧ଜଣ ପୁଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । କଟକ ଜୋନ-୨ ଏସିପି ଅମିତାଭ ମହାପାତ୍ରଙ୍କ ସମେତ ୩ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଏହି ଆକ୍ରମଣରେ ପୋଲିସର ପ୍ରାୟ ୫ଟି ଗାଡ଼ି ନଷ୍ଟ ହୋଇଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି । ପ୍ରାୟ ୨୦୦ ଜଣ ବିକ୍ଷୋଭକାରୀଙ୍କୁ ପୋଲିସ ଉଠାଇ ନେଇଛି । ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।
ତେବେ କ୍ୟାପିଟାଲ ହସପିଟାଲରେ ଗୁରୁତର ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଡିଜିପି । ପୋଲିସ କମିଶନର, ଭୁବନେଶ୍ବ ଏବଂ କଟକ ଡିସିପି ମଧ୍ୟ ଗୁରୁତର କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଚିକିତ୍ସା ସମ୍ପର୍କରେ ହସପିଟାଲ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି ।












Click it and Unblock the Notifications