ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ

ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ

ବ୍ରହ୍ମପୁର: ବ୍ରହ୍ମପୁରଠାରେ ଗ୍ରୀନ-ଫିଲଡ଼ ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମର କାର୍ଯ୍ୟକର୍ତ୍ତା ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ।

Berhampur Airport

ଉଲ୍ଲେଖନୀୟ, ୨୦୧୪ ରେ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ବିମାନ ସଂଯୋଗର ପ୍ରଚେଷ୍ଟା ହୋଇ ସାରିଛି । ସେହି ସମୟରେ କିଛି ଦିନ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ବିମାନଚାଲିଥିଲା ଓ ତାହାକୁ ଏକତରଫା ଭାବେ ସରକାର ବନ୍ଦ କରି ଦେଇଥିଲେ। ଏହା ପରେ ଗତ ଚାରି ବର୍ଷ ତଳୁ ଆର.ସି.ଏସ-ଉଡାଣ ୪.୧ ଯୋଜନାରେ ବ୍ରହ୍ମପୁର (ରଙ୍ଗେଈଲୁଣ୍ଡା) ଏଇରଷ୍ଟ୍ରିପକୁ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦରରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କିନ୍ତୁ ରଙ୍ଗେଈଲୁଣ୍ଡାରେ ଜାଗାର ଅଭାବ ଯୋଗୁଁ ବ୍ରହ୍ମପୁର ସହର ବାହାରେ ଏକ ବଡ ଜାଗା ରେ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ଅନୁରୋଧ କରିଥିଲା ଓ ବିକଳ୍ପ ଜାଗା ଥିବାର ସୂଚନା ଦେଇଥିଲା।

କେନ୍ଦ୍ର ସରକାରଙ୍କ ସହମତି ଥିବା ସତ୍ତ୍ବେ ରାଜ୍ୟ ସରକାର ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଶୀତଳାପଲ୍ଲୀ ଠାରେ ନିର୍ଧାରିତ ହୋଇଥିବା ଜମିକୁ ନା ଯୋଗାଇ ଦେଲେ ନା ଅନ୍ୟ କୌଣସି ପଦକ୍ଷପ ଗ୍ରହଣ କଲେ। ଓଡ଼ିଶା ଡେଭଲପମେଣ୍ଟ ଫୋରମର ଚେଷ୍ଟା ପରେ ଜୟପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ହେଲା ଅଥଚ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ପ୍ରତି ସରକାରଙ୍କ ବୈମାତୃକ ମନୋଭାବରେ କିଛି ପରିବର୍ତ୍ତନ ଆସିଲା ନାହିଁ। ତେଣୁ ରାଜ୍ୟ ସରକାରଙ୍କ ଏହି ବୈମାତୃକ ମନୋଭାବ ବିରୋଧରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ୩୨ ଅନ୍ୟ ସଂଗଠନ ଗତ ପାଞ୍ଚ ବର୍ଷ ହେଲା ତୀବ୍ର ଶ୍ୱର ଉତ୍ତୋଳନ କରି ଆନ୍ଦୋଳନ କରି ଆସୁଛନ୍ତି।

ରାଜ୍ୟ ସରକାର ବ୍ରହ୍ମପୁର ବିମାନ ବନ୍ଦର ନାଁରେ ବାରମ୍ବାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଭୁବନେଶ୍ୱର ଠାରୁ ୫୦ କିମି ଦୂରରେ ପୁରୀ ଓ କୋଣାର୍କରେ ଦୁଇଟି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର, ଝାରସୁଗୁଡା ବିମାନବନ୍ଦର ଠାରୁ ୯୮ କିମି ଦୂରରେ ଥିବା ରାଉରକେଲା ଓ ୫୦ କିମି ଦୂରରେ ଥିବା ହୀରାକୁଦ ଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଏହାଛଡା ଉତ୍କେଳା, ମାଲକାନଗିରି, ବାରିପଦା ପ୍ରଭୃତି ଅନେକ ଛୋଟ ସହରରେ ନୂଆଁ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଅଣ୍ଟା ଭିଡ଼ିଥିବା ବେଳେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁରକୁ ବାରମ୍ବାର ଉପେକ୍ଷା କରାଯାଉଛି ।

ଗଞ୍ଜାମ ଜିଲ୍ଲାର ପ୍ରାୟ ୧୫ ରୁ ୨୦ ଲକ୍ଷ ପ୍ରବାସୀ ଦେଶ ଓ ଦେଶ ବାହାରେ ରହୁଥିବା ଓ ସେମାଙ୍କ ପାଇଁ ଏକ ବିମାନ ବନ୍ଦରର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପ୍ରକ୍ରିୟା କୁ ବିଳମ୍ବିତ କରାଯାଉଛି।

ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଗଞ୍ଜାମ ଜିଲ୍ଲା ରେ ଶିଳ୍ପାୟନ, ଉତ୍ତମ ସ୍ୱାସ୍ଥ୍ୟ ସେବା, ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି, ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି, ଯୁବକ ଯୁବତୀ ମାନଙ୍କୁ ରୋଜଗାର ଏଭଳି ବିବିଧ କ୍ଷେତ୍ରରେ ବିକାଶ ହୋଇପାରିବ ଓ ଦକ୍ଷିଣ ଓଡ଼ିଶା ର ବିକାଶ ତୀବ୍ରତର ହେବ। ତେଣୁ ଫୋରମ ର କାର୍ଯ୍ୟକର୍ତ୍ତାଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ବ୍ରହ୍ମପୁର (ରଙ୍ଗେଈଲୁଣ୍ଡା) ଏଇରଷ୍ଟ୍ରିପ କୁ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି କାମ ବି ମନ୍ଥର ଗତିରେ ଚାଲିଥିବାରୁ ବ୍ରହ୍ମପୁର ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାରଙ୍କ କଣ ଯୋଜନା ରହିଥିବା କାର୍ଯ୍ୟକର୍ତ୍ତାଙ୍କ ପ୍ରଶ୍ନର ଉତ୍ତର ରେ ଆସନ୍ତା ଛଅ ମାସରେ ବ୍ରହ୍ମପୁର (ରଙ୍ଗେଈଲୁଣ୍ଡା) ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କାମ ସାରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ। କିନ୍ତୁ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବର୍ତ୍ତମାନ ସୁଦ୍ଧା ବଡ ଜାଗା ନିର୍ଣ୍ଣୟ ହୋଇ ପାରିନଥିବା ର ସୂଚନା ଦେଇଥିଲେ ।

ଏହି ଅବସରରେ ଫୋରମ ର ସଚିବ ଭି. ସୋମେଶ୍ୱର ରାଓ, ପ୍ରିତୀଷ ପାଣିଗ୍ରାହୀ ସହ-ସଚିବ ମାନସ ରଞ୍ଜନ ପାତ୍ର କାର୍ଯ୍ୟକାରିଣୀ ସଦସ୍ୟ ବାଳକୃଷ୍ଣ ସାମନ୍ତରାୟ, କୃଷ୍ଣ ଚନ୍ଦ୍ର ସାହୁ, ରମେଶଚନ୍ଦ୍ର ସାହୁ, ସନ୍ତୋଷ କୁମାର ସାହୁ, (କେ.ଏସ.ପି.ଜି ଇଣ୍ଡିଆ) ର ସରିତା ପଣ୍ଡା, ସମାଜସେବୀ ଵିନୋଦ ସାବତ, ଜେ. ଦିନେଶ, ପ୍ରକାଶ ଭଜାନୀ, ଗୌରୀ ଶଙ୍କର ମହାନ୍ତି, ଆରୁନ କୁମାର ସାହୁ, ଜ୍ୟୋତି ଦର୍ଶନ ସାହୁ, ଭୀମସେନ ବେହେରା, ପି. ଭେଙ୍କଟ ରମଣଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+