ଓଡ଼ିଶା ବିକାଶ କନକ୍ଲେଭ୍ ୨୦୨୫: ଜନ-କୈନ୍ଦ୍ରିକ, ଜଳବାୟୁ-ସ୍ମାର୍ଟ ଓଡ଼ିଶା
ଓଡ଼ିଶା ୨୦୩୬ରେ ତାହାର ଶତବାର୍ଷିକୀ ପାଳନ ଆଡକୁ ଅଗ୍ରସର ହେଉଥିବାବେଳେ ରାଜ୍ୟ ଏକ ମଜଭୁତ ଏବଂ ରୂପାନ୍ତରଣକାରୀ ବିକାଶର ନକ୍ସା ପ୍ରସ୍ତୁତ କରୁଛି । ଓଡ଼ିଶା ବିକାଶ କନକ୍ଲେଭ୍ (ଓଭିସି) ୨୦୨୫ ଭୁବନେଶ୍ୱରରେ ନଭେମ୍ବର ୨୬ ଓ ୨୭ ତାରିଖରେ ଆୟୋଜିତ ହେବାକୁ ଯାଉଥିବାବେଳେ ସେଥିରେ ବିଭିନ୍ନ ସମୁଦାୟ, ନାଗରିକ ସମାଜ, ସରକାର, ଶିକ୍ଷାବିତ୍, ଯୁବ ନେଟୱର୍କ ଏବଂ ଘରୋଇ କ୍ଷେତ୍ରରୁ ୫୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ । ସେମାନେ କନକ୍ଲେଭ୍ ଏକ ସମାବେଶୀ, ଜଳବାୟୁ ପ୍ରତିରୋଧୀ ଏବଂ ଜନ-କୈନ୍ଦ୍ରିକ ଭବିଷ୍ୟତ ଆଡକୁ ରାଜ୍ୟର ରୂପାନ୍ତରଣ ସମ୍ପର୍କରେ ଆଲୋଚନା କରିବେ ।

"ଜଳବାୟୁର ପ୍ରତିକୂଳ ପ୍ରଭାବ ବ୍ୟାପକ ହେଉଥିବାବେଳେ ପରିବେଶ ବ୍ୟବସ୍ଥାର ଅଧୋପତନ ଏବଂ ଜୀବିକା ଉପାର୍ଜନରେ ଦ୍ରୁତ ପରିବର୍ତ୍ତନ ଘଟୁଛି । ଏହି ପରିପ୍ରେକ୍ଷୀରେ ଓଭିସି ୨୦୨୫ ଓଡ଼ିଶାର ପରବର୍ତ୍ତୀ ଦଶନ୍ଧି ନିମନ୍ତେ ସମତୁଲ ବିକାଶ ଏବଂ ଜଳବାୟୁ ପ୍ରତିରୋଧୀ କ୍ଷମତାକୁ ମାର୍ଗଦର୍ଶନକାରୀ ବିଷୟବସ୍ତୁ ଭାବରେ ଆଲୋଚ୍ୟ ବିଷୟବସ୍ତୁ ଭାବରେ ସ୍ଥାନିତ କରିଛି ବୋଲି ଏହି କନ୍କ୍ଲେଭ ଆୟୋଜନ କରୁଥିବା ଭୁବନେଶ୍ୱରସ୍ଥିତ ଏକ ଏନ୍ଜିଓ ସେଣ୍ଟର ଫର୍ ୟୁଥ୍ ଆଣ୍ଡ ସୋସିଆଲ ଡେଭେଲପମେଣ୍ଟ (ସିୱାଇଏସ୍ଡି)ର ସହ-ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ କହିଛନ୍ତି । କନ୍କ୍ଲେଭ୍ରେ ଜଙ୍ଗଲ, ଉପକୂଳ, ଆର୍ଦ୍ରଜମି, କୃଷି, ଜୀବିକା, ଶାସନ, ସାମାଜିକ ସୁରକ୍ଷା ଓ ପ୍ରଯୁକ୍ତି ମଧ୍ୟରେ ଆନ୍ତଃନିର୍ଭରଶୀଳତା ପ୍ରତି ଦୃଷ୍ଟିଦେବ । ଏଥିସହିତ ଏକ ପୂର୍ଣ୍ଣାଙ୍ଗ ସମାଧାନ ସର୍ବସମ୍ମୁଖକୁ ଆଣିବ ବୋଲି ସେ କହିଛନ୍ତି । ଭାରତ କାର୍ବନର ଉପସ୍ଥିତି ହ୍ରାସ କରିବାକୁ ପ୍ରତିବଦ୍ଧ ହୋଇଥିଲେ ମଧ୍ୟ ଓଡ଼ିଶାରେ ଅଙ୍ଗାଳକାମ୍ଳ (ସିଓ୨) ନିର୍ଗମନ ଜଟିଳ ପ୍ରସଙ୍ଗ ହୋଇ ରହିଛି । କନ୍କ୍ଲେଭ୍ରେ ପ୍ରତିକ୍ରିୟାଶୀଳ ଆଘାତରୁ ଏକ ନିରବଚ୍ଛିନ୍ନ ଏବଂ ସମାନତା ଭିତ୍ତିକ ନ୍ୟାୟସଙ୍ଗତ ଶକ୍ତିକୁ ପରିବର୍ତ୍ତନ ଉପରେ ଦୃଷ୍ଟି ନିବଦ୍ଧ କରିବ ।
ଏହି କାର୍ଯ୍ୟକ୍ରମର ଏକ ମୁଖ୍ୟ ବିଷୟ ହେଉଛି ଓଡ଼ିଶାର ଜଳବାୟୁ ପରିବର୍ତ୍ତନ ଏବଂ ନ୍ୟାୟସଙ୍ଗତ ପରିବର୍ତ୍ତନ ଫୋରମ୍ର ଶୁଭାରମ୍ଭ । ଏହି ମଞ୍ଚ ରାଜ୍ୟରେ ଜଳବାୟୁ ପ୍ରତିରୋଧୀ ବିକାଶ ଏବଂ ନ୍ୟାୟସଙ୍ଗତ ଭାବରେ ଶକ୍ତି ରୂପାନ୍ତରଣକୁ ସମର୍ଥ କରାଇବା ନିମନ୍ତେ ଜନସମୁଦାୟଙ୍କ ସମେତ ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କୁ ଏକତ୍ର କରିବ ବୋଲି ଶ୍ରେଷ୍ଠ ବାନାର୍ଜୀ, ଡାଇରେକ୍ଟର, ଜଷ୍ଟ ଟ୍ରାଞ୍ଜିସନ୍ ଆଣ୍ଡ୍ କ୍ଲାଇମେଟ ଚେଞ୍ଜ, ଆଇଫରେଷ୍ଟ କହିଛନ୍ତି ।
ଏହି କନ୍କ୍ଲେଭ ପାଞ୍ଚଟି ଆନ୍ତଃସଂଯୁକ୍ତ ବିଷୟ ଉପରେ ଆୟୋଜିତ ହେଉଛି । ସେଗୁଡିକ ହେଉଛି- ପରିବେଶ ବ୍ୟସ୍ଥାର ସୁରକ୍ଷା; ପୁନରୁଦ୍ଧାର ଓ ଜଳବାୟୁ ପ୍ରତିରୋଧୀ ବ୍ୟବସ୍ଥା; ନ୍ୟାୟସଙ୍ଗତ ରୂପାନ୍ତରଣ; ଜୀବିକା ଏବଂ ସମାବେଶୀ ଅର୍ଥନୀତି; ମଜଭୁତ ଭବିଷ୍ୟତ ନିମନ୍ତେ ଜ୍ଞାନ ପ୍ରଯୁକ୍ତି ଓ ଶାସନ ବ୍ୟବସ୍ଥା; ଏବଂ ସାମାଜିକ ସଂସ୍ଥା, ନେତୃତ୍ୱ ଓ ଉତ୍ତରଦାୟିତ୍ୱ । ଏଗୁଡିକ ବ୍ୟତୀତ ସ୍ୱତନ୍ତ୍ର ଆଲୋଚନା ଏବଂ ବିଷୟଭିତ୍ତିକ ଅଧିବେଶନଗୁଡିକ ବିଶାରଦ, ସମ୍ପୃକ୍ତ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ଏକତ୍ରିତ କରି ବିଚାରଗୁଡିକର ବିଶ୍ଳେଷଣ କରିବା ସହିତ ତାହାକୁ କାର୍ଯ୍ୟକାରିତା ଯୋଗ୍ୟ ପନ୍ଥା ପ୍ରସ୍ତୁତ କରିବା ନିମନ୍ତେ ପ୍ରୟାସ କରିବ ।
କନ୍କ୍ଲେଭ୍ରେ ଅନେକ ନିର୍ଣ୍ଣାୟକ ଫଳାଫଳ ଘୋଷଣା କରାଯିବ । ସେଥିମଧ୍ୟରେ ପରିବେଶ ବ୍ୟବସ୍ଥାର ସଂରକ୍ଷଣ, ଜୀବିକାର ସୁଦୃଢୀକରଣ, ପ୍ରଯୁକ୍ତିକୁ ସମନ୍ୱିତ କରିବା ଏବଂ ଶାସନରେ ସଂସ୍କାର ନିମନ୍ତେ ସ୍ପଷ୍ଟ ଭାବରେ ଅଗ୍ରାଧିକାର ବିଷୟସମୂହ ଉଲ୍ଲେଖ କରୁଥିବା ନୀତିଗତ ସଂକ୍ଷିପ୍ତ ବିଷୟ ପ୍ରସ୍ତୁତ କରିବ । ଏହା ମଧ୍ୟ ନିରନ୍ତର ସହଯୋଗୀତା ଏବଂ ନୀତିଗତ ମାର୍ଗଦର୍ଶନ ନିମନ୍ତେ ଓଡ଼ିଶା କ୍ଲାଇମେଟ୍ ଆକ୍ସନ ପ୍ରାକ୍ଟିସନର୍ସ କଲେକ୍ଟିଭ (ଓସିଏପିସି) ସ୍ଥାପନ କରିବ । ଏସବୁ ସହିତ ଏହା ପରିମାଣାତ୍ମକ ଦୃଷ୍ଟିରୁ ଜଳବାୟୁ ପ୍ରତିରୋଧୀ ବ୍ୟବସ୍ଥାର ସ୍ଥାୟୀ ମଡେଲ ପ୍ରସ୍ତୁତ କରିବା ସାଙ୍ଗକୁ ପ୍ରତିରୋଧୀ, ସମାନତା ଭିତ୍ତିକ ଏବଂ ପରିବେଶଗତ କଲ୍ୟାଣ ନିମନ୍ତେ ସମନ୍ୱିତ ସମାଧାନଗୁଡିକ ଉଲ୍ଲେଖ କରୁଥିବା ଜୀବନଧାରଣ ଯୋଗ୍ୟତା ସମ୍ପର୍କରେ ଏକ ନୀତିଗତ ବିଷୟ ଉପସ୍ଥାପନ କରିବ ।
ସିୱାଇଏସ୍ଡି, ଏଫଇଏସ୍, ଆଇଫରେଷ୍ଟ, ବ୍ୟାକ୍ ଟୁ ଭିଲେଜ, ପିଆର୍ଆଇଏ, ସକ୍ରେଟସ୍, ସିଇଇଡବ୍ଲୁ୍ୟ, ଡବ୍ଲୁ୍ୟଏଏସ୍ଏସ୍ଏଏନ, you ପିଆରଏଡିଏଏନ୍, ଏସ୍ଡବ୍ଲୁ୍ୟଏଟିଆଇ, ଡବ୍ଲୁ୍ୟଆର୍ଆଇ, ଦକ୍ଷିଣ ଫାଉଣ୍ଡେସନ, ନେଚରସ୍ କ୍ଲବ, ଆତ୍ମଶକ୍ତି ଟ୍ରଷ୍ଟ, ଏସ୍ଇଏଲ୍ସିଓ, ବିର୍ଲା ଗ୍ଲୋବାଲ ୟୁନିଭରସିଟି, ଆଇଆଇପିଏଚ୍ବି-ପିଏଚ୍ଏଫ୍ଆଇ, ଗ୍ରାମ ବିକାଶ, ଏଡ୍ ଏଟ୍ ଆକ୍ସନ ଇଣ୍ଡିଆ, କମନ୍ ଗ୍ରାଉଣ୍ଡ/ଲିଭିଂ ଲ୍ୟାଣ୍ଡସ୍କେପ୍, ୱାନୱର୍ଲଡ, ଏଭିପିଏନ୍, ମହାଶକ୍ତି ଫାଉଣ୍ଡେସନ, ଏନ୍ଏଡବ୍ଲୁ୍ୟଓ, ବ୍ରେକଥ୍ରୁ, ୟୁଏନ୍ଏଫ୍ପିଏ ଆଦି ସଂଗଠନ ଏବଂ ଅନ୍ୟ ବହୁ ନେଟୱର୍କ ଓ ସଂସ୍ଥାନର ସହଯୋଗତାରେ ଓଭିସି ଆୟୋଜନ କରୁଛି ।












Click it and Unblock the Notifications