ସ୍ୱାଧୀନତା ଦିବସରେ କର୍ମଜୀବୀ ମହିଳାଙ୍କ ପାଇଁ ବଡ଼ ଘୋଷଣା: ଋତୁସ୍ରାବ ପାଇଁ ମିଳିବ ଛୁଟି
Independence Day 2024: ଆଜି ସ୍ୱାଧୀନତା ୭୮ ତମ ସ୍ୱାଧୀନତା ଦିବସ, ଯେଉଁଥି ପାଇଁ ସାରା ଦେଶ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳିଛି । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମହିଳାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ଋତୁସ୍ରାବ ପାଇଁ ସରକାରୀ ଏବଂ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ଗୋଟିଏ ଦିନ ପାଇଁ ଛୁଟି ମିଳିବ । ଏହି ନିୟମ ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟରେ ଲାଗୁ କରାଯିବ । ତେବେ ରାଜ୍ୟ ସରକାର ଖୁବ୍ ଶୀଘ୍ର ଋତୁସ୍ରାବ ସ୍ୱାସ୍ଥ୍ୟ ନୀତି ଆଣିବା ପାଇଁ ଯାଉଛନ୍ତି । ତେବେ ଦୀର୍ଘଦିନ ହେବ ଋତୁଶ୍ରାବ ସମୟରେ ଛୁଟି ଦେବା ପାଇଁ ଦାବି କରାଯାଉଥିଲା । ବର୍ତ୍ତମାନ ଏହା କାର୍ଯ୍ୟକାରୀ ହେବ ।












Click it and Unblock the Notifications