ଆମେରିକାରେ 5ଟି ସଚିବ, ସିଲିକନ୍ ଭ୍ୟାଲିରେ ହେବ ବିଶାଳ ଜଗନ୍ନାଥ ମନ୍ଦିର
ଭୁବନେଶ୍ୱର: ଆମେରିକାରେ ଓଡିଶା ସରକାରଙ୍କ ପ୍ରତିନିଧି ଦଳ । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ନେତୃତ୍ୱରେ ଓଡିଶାର ଏକ ପ୍ରତିନିଧୀ ଦଳ ଗତ 22 ତାରିଖରୁ ଆମେରିକା ଗସ୍ତରେ ରହିଛନ୍ତି ।
ଏଥିରେ ସାମଲି ଅଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର, ଉନ୍ନୟନ କମିଶନର ଅନୁ ଗର୍ଗ, 5ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଓଏସଡି ତଥା ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, ଆଇଟି ବିଭାଗର ସ୍ବତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା, ନୂଆଦିଲ୍ଲୀ ଆବାସିକ କମିଶନର ରବିକାନ୍ତ ପ୍ରମୁଖ ।

ତେବେ ଆଜି ଆମିରକାର ସିଲିକନ୍ ଭ୍ୟାଲିରେ ଏକ ବିଶାଳ ଜଗନ୍ନାଥ ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓଡିଶାର ଏହି ପ୍ରତିନିଧି ଦଳ ।
9 ଏକର ଜମିରେ ସ୍ଥାପନ ହେବାକୁ ଥିବା ଏହି ମନ୍ଦିର ଜମିର ପରିଦର୍ଶନ କରିଥିଲେ ପ୍ରତିନିଧି ଦଳ । ଏହା ଓଡ଼ିଶାର ସଂସ୍କୃତି ସହିତ ପ୍ରବାସୀ ଓଡିଆଙ୍କୁ ସଂଯୋଗ କରିବାରେ ସାହାଯ୍ୟ କରିବ ବୋଲି ବିଶ୍ୱାସ ରହିଛି ।
ଏହି ଅବସରରେ ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀମାନେ ନୂତନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ । ମନ୍ଦିର ପ୍ରକଳ୍ପକୁ ସଫଳ କରିବା ପାଇଁ ପ୍ରତିନିଧି ଦଳ ସମସ୍ତ ସହାୟତା ପ୍ରଦାନ କରିଥିଲେ ।












Click it and Unblock the Notifications