ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ

ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗୃହୀତ କରାଗଲା । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ରାଜ୍ୟ ସରକାର ସମୁଦାୟ ୯ଟି ବିପର୍ଯ୍ୟୟ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ରାଜ୍ୟ ମୁକାବିଲା ପାଣ୍ଠିରୁ ୧୦% ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ ନିଷ୍ପତ୍ତି ନିଆଯାଇଛି। ଏହା ଫଳରେ କୃଷକମାନେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ପାଇପାରିବେ। ଅଦିନିଆ ବର୍ଷାରେ କୃଷକଙ୍କ ହେଉଥିବା କ୍ଷତି ବାବଦକୁ ରାଜ୍ୟ ମୁକାବିଲା ପାଣ୍ଠିରୁ ଚାଷୀଙ୍କୁ କ୍ଷତିପୂରଣ ମିଳିବ।

ସୂଚନାଯୋଗ୍ୟ ଯେ, 2024 ଡିସେମ୍ୱର ମାସରେ ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ୨୨, ୭୯୧ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା ଏବଂ ପ୍ରାୟ ୬.୬୬ ଲକ୍ଷ ଚାଷୀ ପ୍ରଭାବିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱତନ୍ତ୍ର ଭାବେ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କରି ଚାଷୀମାନଙ୍କୁ ୨୯୧ କୋଟି ଟଙ୍କାର ସହାୟତା କୃଷି ଇନ୍‍ପୁଟ ରିହାତି ଆକାରରେ ପ୍ରଦାନ କରିଥିଲେ ।

mohan majhi

ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା ଅଦିନିଆ ବର୍ଷା ସ୍ଥାୟୀ ଭାବେ ଏକ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗୃହୀତ ହେଲା ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଏଥିପାଇଁ କୃଷକମାନଙ୍କୁ ସହାୟତା ପ୍ରଦାନ କରାଯାଇପାରିବ। ରାଜ୍ୟରେ ବର୍ତ୍ତମାନ ୮ଟି ବିପର୍ଯ୍ୟୟକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି ।

ଏ ଗୁଡ଼ିକ ହେଲା ବଜ୍ରପାତ, ଗ୍ରୀଷ୍ମ ପ୍ରବାହ, ଘୂର୍ଣ୍ଣିଝଡ଼ (Whirl Wind), ଟର୍ନାଡୋ, ପ୍ରବଳ ବର୍ଷା ଏବଂ ବନ୍ୟା ନଥିବା ସମୟରେ ଡଙ୍ଗା ଦୁର୍ଘଟଣା, ପାଣିରେ ବୁଡ଼ି ମୃତ୍ୟୁ ହେବା ଓ ସର୍ପାଘାତ। ଅଦିନିଆ ବର୍ଷା ବିପର୍ଯ୍ୟୟ ଘୋଷିତ ହେବା ପରେ ବର୍ତ୍ତମାନ ସମୁଦାୟ ୯ଟି ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷିତ ହେଲା । ଏହାବ୍ୟତୀତ କେନ୍ଦ୍ର ସରକାର ମଧ୍ୟ ୧୨ଟି ବିପର୍ଯ୍ୟୟ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+