'ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତ୍ତି'

ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି ଡିଏମ୍ଇଟି ରମାରମଣ ମହାନ୍ତି କହିଛନ୍ତି।

ଭୁବନେଶ୍ବର: ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି ଡିଏମ୍ଇଟି ରମାରମଣ ମହାନ୍ତି କହିଛନ୍ତି।

school reopen

ଡିଏମ୍ଇଟି କହିଛନ୍ତି ପୂର୍ବ ସ୍ଥିତି ଦେଖି ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ରାଜ୍ୟରେ ଦୈନିକ ସଂକ୍ରମଣ ୨ ଶହ ଭିତରେ ରହୁଥିଲା । ସଂକ୍ରମଣ ବଢିନଥିଲା , ତେଣୁ ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଓମିକ୍ରନ୍ ସଂଖ୍ୟା ମଧ୍ୟ ବଢୁଛି । ଏପରି ସ୍ଥିତିରେ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତି ନେବେ ବୋଲି କହିଛନ୍ତି ଡିଏମ୍ଇଟି ।

ସୂଚନାଥାଉ କି, ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ଗତକାଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ଲାଗି ନିଷ୍ପତ୍ତି ହୋଇଥିଲା। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ ବୋଲି ଜଣାପଡ଼ିଥିଲା। ଏସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+