ଓଡିଶାରେ କରୋନା ଦୈନିକ କରୋନା ଦୈନିକ ସଂକ୍ରମଣ ୧ ହଜାରରୁ କମ ହେଲା
ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଦୀର୍ଘ ଦିନ ପରେ କରୋନା ସଂକ୍ରମଣରୁ ସାମାନ୍ଯ ତ୍ରାହି ମିଳିଛି। ଦୀର୍ଘ ଦୁଇ ମାସର ବ୍ଯବଧାନ ପରେ ଆଜି ରାଜ୍ୟରେ ହଜାରେ ତଳକୁ ଖସିଛି ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୫୦୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ହେଉଛି ୩୫୬। ଆଜି ରାଜ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୭୧, କଟକରୁ ୬୫, ସୁନ୍ଦରଗଡ଼ରୁ ୬୨, ଅନୁଗୋଳରୁ ୪୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବାଦ ବାଲେଶ୍ୱରରୁ ୨୧, ବରଗଡ଼ରୁ ୨୧, ଭଦ୍ରକରୁ ୧୨, ବଲାଙ୍ଗିରରୁ ୯, ବୌଦ୍ଧରୁ ୨୦, ଦେବଗଡ଼ରୁ ୯, ଢେଙ୍କାନାଳରୁ ୯, ଗଜପତିରୁ ୩୯, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୧୫, ଯାଜପୁରରୁ ୪୫, ଝାରସୁଗୁଡ଼ାରୁ ୨୪, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କେନ୍ଦ୍ରାପଡ଼ାରୁ ୨୫, କେନ୍ଦୁଝରରୁ ୧୬, , ମାଲକାନଗିରିରୁ ୧୨, ମୟୂରଭଞ୍ଜରୁ ୩୪, ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୧୯, ନୂଆପଡ଼ାରୁ ୧୩, ପୁରୀରୁ ୧୬, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୩୫, ସୋନପୁରରୁ ୧୮, ଓ ଷ୍ଟେଟପୁଲ୍ରୁ ୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୧୨,୭୮,୧୨୧ ଥିବା ବେଳେ ୧୨,୫୭,୮୪୦ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବାଦ ରାଜ୍ୟରେ ଆକ୍ଟିଭ କେସ୍ ହେଉଛି ୧୧,୩୨୪ । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଏବ ଦୈନିକ ପ୍ରାୟ ୬୦ ହଜାର ପରୀକ୍ଷଣ ହେଉଛି ।












Click it and Unblock the Notifications