ରାଜ୍ୟରେ ୮୦୦ ଟପିଲା ଦୈନିକ କରୋନା ସଂକ୍ରମଣ
ରାଜ୍ୟରେ ପୁଣି କରୋନା ଗ୍ରାଫ ଉପର ମୁହାଁ ହୋଇଛି । କ୍ରମାଗତ ଭାବ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ୨୪ଘଣ୍ଟା ଭିତରେ ୮୦୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ପୁଣି କରୋନା ଗ୍ରାଫ ଉପର ମୁହାଁ ହୋଇଛି । କ୍ରମାଗତ ଭାବ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ୨୪ଘଣ୍ଟା ଭିତରେ ୮୦୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ବର୍ଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ୧୧୯, ସୁନ୍ଦରଗଡ ୮୦, ଅନୁଗୁଳ ୩, ବାଲେଶ୍ୱର ୧୧, ବରଗଡ ୧, ଭଦ୍ରକ ୯, ବଲାଙ୍ଗୀର ୫, ବୌଦ୍ଧ ୨, ଦେବଗଡ ୧, ଗଜପତି ୫, ଜଗତସିଂହପୁର ୧୮, ଯାଜପୁର ୧୯, ଝାରସୁଗୁଡା ୯, କଳାହାଣ୍ଡି ୮, କନ୍ଧମାଳ ୧, କେନ୍ଦୁଝର ୫, କୋରାପୁଟ ୬, ମାଲକାନଗିରି ୧, ମୟୂରଭଞ୍ଜ ୨୮, ନୟାଗଡ ୧୭, ନୂଆପଡା ୯, ପୁରୀ ୨୮, ରାୟଗଡା ୨, ସମ୍ବଲପୁର ୩୦, ସୋନପୁର ୯ ଓ ଷ୍ଟେଟପୋଲରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୨୬୨ ରେ ପହଞ୍ଚିଲାଣି ।












Click it and Unblock the Notifications