ଆଜି ସନ୍ଧ୍ୟାରେ ଆସୁଛି ବାତ୍ୟା, ୧୪ରେ ଉପକୂଳ ଛୁଇଁବ
ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆଜି ସନ୍ଧ୍ୟାରେ ବାତ୍ୟା ରୂପ ନେଇପାରେ । କ୍ରମଶଃ ଏହା ଘନୀଭୂତ ହୋଇ ୧୧ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ଏହା ୧୧ ତାରିଖ ମଧ୍ୟରାତ୍ର ସୁଦ୍ଧା ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ତେବେ ଏହି ବାତ୍ୟା ଦିଗ ବଦଳାଇ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ । ୧୩ ତାରିଖରେ ବାଂଲାଦେଶ ଓ ମିଆଁମାର ଉପକୂଳ ଦେଇ ଯିବ । ୧୪ ତାରିଖ ଅପରାହ୍ଣରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ୧୧୦ ରୁ ୧୨୦ କିମି ବେଗରେ ପବନ ବହିବ । ସମୟ ସମୟରେ ପବନର ବେହ ୧୩୦ କିମି ଛୁଇଁବ ।
ଏବେ ଅବପାତ ପୋର୍ଟ ବ୍ଲେୟାର ଠାରୁ ୫୧୦ କି.ମି. ଦୂର ପଶ୍ଚିମ-ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ରହିଛି । ୧୨ ଓ ୧୩ ତାରିଖରେ ବାତ୍ୟା ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିପାରେ । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ପୂର୍ବ, କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଭିତରକୁ ଯିବାକୁ ବାରଣ କରାଯାଇଛି ।












Click it and Unblock the Notifications