ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ; ଜାଣନ୍ତୁ, ବାତ୍ୟା ନେଇ କ’ଣ ରହିଛି ସୂଚନା ?
ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଲଘୁଚାପ ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଲଘୁଚାପ ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହା ବାତ୍ୟା ରୂପ ନେବା ନେଇ କୌଣସି ସ୍ପଷ୍ଟ ସଂକେତ ମିଳିନାହିଁ । ଆଉ ୫ ଦିନ ପରେ ଏ ନେଇ ଚିତ୍ର ସ୍ପଷ୍ଟ ହେବ ।

ଲଘୁଚାପ ସୃଷ୍ଟି ହେଲେ ଏହା ବାତ୍ୟାର ରୂପ ନେବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏ ଯାଏ ବାତ୍ୟା ସମ୍ପର୍କରେ କୌଣସି ଆକଳନ କରାଯାଇ ନ ଥିବା ସେ କହିଛନ୍ତି ।
ଏ ସମ୍ପର୍କରେ ସବିଶେଷ ସୂଚନା ଦେବାକୁ ଯାଇ ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ଗତ ୧୦ ତାରିଖରେ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳ ଓ ଆଖପାଖ ଭାରତ ମହାସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ୧୩ ତାରିଖରୁ ତାହା କେନ୍ଦ୍ରୀୟ ବିଷୁବରେଖା ଆଖପାଖ ଭାରତ ମହାସାଗର ଅଞ୍ଚଳରେ ସକ୍ରିୟ ରହିଥିଲା। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଏକ ଲଘୁଚାପ ସୃଷ୍ଟି ହେବ। ହେଲେ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇନି।
ସେପଟେ ଘରୋଇ ପାଣିପାଗ ବିଜ୍ଞାନୀ ସଂସ୍ଥା ସ୍କାଏମେଟ୍ ଅନୁସାରେ, ମାର୍ଚ୍ଚ ୧୫ ପରେ ବାତ୍ୟା ସୃଷ୍ଟି ହୋଇପାରେ । ତେବେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ବହୁତ କମ୍ । କାରଣ ୧୯୦୦ରୁ ୨୦୨୧ ମସିହା ୧୨୧ ବର୍ଷ ଭିତରେ ମାତ୍ର ୫ଟି ବାତ୍ୟା ସୃଷ୍ଟି ହୋଇଛି । କିନ୍ତୁ ସେଥିରୁ କୌଣସି ବି ଗୋଟିଏ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁ ନାହିଁ ।

୧୯୦୦ରୁ ୨୦୨୧ ମସିହା ମଧ୍ୟରେ ସୃଷ୍ଟି ହୋଇଥିବା ସମସ୍ତ ୫ଟି ବାତ୍ୟା ବଙ୍ଗୋପସାଗର କିମ୍ବା ଭାରତ ମହାସାଗରରେ ସୃଷ୍ଟି ହୋଇଛି । ୧୨୧ ବର୍ଷ ମଧ୍ୟରେ ମାର୍ଚ୍ଚରେ ସୃଷ୍ଟି ହୋଇଥିବା ୫ ବାତ୍ୟା ମଧ୍ୟରୁ ୧୯୨୫ ମାର୍ଚ୍ଚ ମଧ୍ୟଭାଗର ବାତ୍ୟା ସବୁଠୁ ଶକ୍ତିଶାଳୀ ଥିଲା । ଯାହାକି ଶ୍ରୀଲଙ୍କା ଓ ତାମିଲନାଡ଼ୁର ନିକଟତର ହୋଇଥିଲା । ଶେଷଥର ପାଇଁ ମାର୍ଚ୍ଚରେ ୨୦୦୦ ମସିହାରେ ବାତ୍ୟା ସୃଷ୍ଟି ହୋଇଥିଲା । ଦକ୍ଷିଣ ବଙ୍ଗୋପସାଗରରେ ମାର୍ଚ୍ଚ ୨୭ରେ ସୃଷ୍ଟ ଉକ୍ତ ବାତ୍ୟା ମାର୍ଚ୍ଚ ୩୦ରେ ବାତ୍ୟାର ରୂପ ନେଇଥିଲା । ଘଣ୍ଟାପ୍ରତି ୮୫ କିଲୋମିଟର ବେଗରେ ଗତି କରି ଉତ୍ତର-ଉତ୍ତରପୂର୍ବକୁ ରିକର୍ଭ କରି ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇ ଯାଇଥିଲା ।












Click it and Unblock the Notifications