ବାଂଲାଦେଶ-ମିଆଁମାର ଆଡ଼କୁ ଗତି କରିବ ବାତ୍ୟା, ଓଡ଼ିଶାକୁ ନାହିଁ ବିପଦ
ଭୁବନେଶ୍ବର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଆସନ୍ତାକାଲି ଏହା ଅବପାତର ରୂପ ନେବ । ୧୦ରେ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ପରେ ଏହା ସାମୁଦ୍ରିକ ଝଡର ରୂପ ନେବ ।
ତେବେ ଏହା ୧୨ ତାରିଖ ବେଳକୁ ଏହାର ଗତି ପଥରେ ପରିବର୍ତନ କରି ବାଂଲାଦେଶ ଓ ମିଆଁମାର ଆଡକୁ ଗତି କରିବ । ଏଣୁ ଓଡ଼ିଶା ପ୍ରତି କୌଣସି ବିପଦର ଆଶଙ୍କା ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ସେ କହିଛନ୍ତି ଯେ, ୧୦ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ । ୧୨ ତାରିଖରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତିପଥ ବଦଳାଇ ପାରେ। ବାତ୍ୟାର ଗତିପଥ ବଦଳି ବାଂଲାଦେଶ, ମିଆଁମାର ମୁହାଁ ହେବାର ସମ୍ଭାବନା ରହିଛି ବୋଲି IMD ଡିଜି ସୂଚନା ଦେଇଛନ୍ତି ।
ସେପଟେ ସାମ୍ଭାବ୍ୟ ବାତ୍ୟାକବୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ଯେଉଁମାନେ ଅଛନ୍ତି ସେମାନଙ୍କୁ ଶୀଘ୍ର ଫେରିଆସିବାକୁ କୁହାଯାଇଛି । ୧୨ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ସେହିପରି ଆଣ୍ଡାମାନ ନିକୋବର ଟୁରିଷ୍ଟ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକଙ୍କୁ ମଧ୍ୟ ବାରଣ କରାଯାଇଛି ।












Click it and Unblock the Notifications