Cyclone Update: ୨୦ ତାରିଖରେ ଡିପ୍ ଡିପ୍ରେସନ୍, ୨୧ରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ ଲଘୁଚାପ
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୧ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁସାରେ, ଏବେ ଲଘୁଚାପ କ୍ଷେତ୍ରଟି ପୂର୍ବ ଓ ଉତ୍ତରପୂର୍ବ ଦିଗକୁ ଗତି କରୁଛି।
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୧ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁସାରେ, ଏବେ ଲଘୁଚାପ କ୍ଷେତ୍ରଟି ପୂର୍ବ ଓ ଉତ୍ତରପୂର୍ବ ଦିଗକୁ ଗତି କରୁଛି। ପରବର୍ତ୍ତୀ ସମୟରେ ଦିଗ ପରିବର୍ତ୍ତନ କରି ଲଘୁଚାପ କ୍ଷେତ୍ର ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇ ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ୍ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି।

ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ପାଖରେ ଗତି କରିବ । ୨୦ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ । ୨୧ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ଆକଳନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହି ସମ୍ଭାବ୍ୟ ସାମୁଦ୍ରିକ ଝଡ ୨୩ ତାରିଖ ସକାଳ ସୁଦ୍ଧା ବାଂଲାଦେଶ- ମିଆଁମାର ପାଖରେ ପହଞ୍ଚିବ । ଏହାର ପ୍ରଭାବରେ ଆସନ୍ତା ୧୯ ତାରିଖରୁ ଆଣ୍ଡାମାନ ନିକୋବର ଦୀପପୂଞ୍ଜ ଓ ଏହାର ଆଖପାଖ ସାମୁଦ କୂଳବର୍ତ୍ତି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
କିନ୍ତୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଓଟିଭିକୁ ସୂଚନା ଦେଇଛନ୍ତି ଆଇଏମଡି ଡିଜି। ଏହାର ପ୍ରଭାବରେ ଓଡ଼ିଶାରେ ପବନ କି ବର୍ଷା ବି ହେବନି ବୋଲି ସେ କହିଛନ୍ତି। ହେଲେ ମତ୍ସ୍ୟ ଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।












Click it and Unblock the Notifications