OCA President: ବବିଙ୍କ ପରେ ଆସିବେ କି ବେବି ?
ବବିଙ୍କ ପାରିବଆସିବେ କି ବେବି ? ଓଡିଶା କ୍ରିକେଟ ଆସୋସିଏସନ ସଭାପତି ରେସରେ ପୂର୍ବତନ ରଣଜୀ ଖେଳାଳି ବା କୋଚ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।
ପ୍ରଣବ ପ୍ରକାଶ ଦାସ ଓଡ଼ିଶା କ୍ରିକେଟ ଆସୋସିଏସନ-ଓସିଏ ସଭାପତି ପଦରୁ ଇସ୍ତଫା ଦେବା ପରେ ନୂଆ ସଭାପତି କିଏ ହେବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏହାରି ମଧ୍ୟରେ ଲଳିତେନ୍ଦୁ ବିଦ୍ୟାଧର ଏହି ପଦବୀ ପାଇଁ ଇଚ୍ଛୁକ ଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ୨୮ତମ ଆଥଲେଟିକ ମିଟରେ ଯୋଗ ଦେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।
ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ''ବର୍ତ୍ତମାନ ପର୍ଯ୍ୟନ୍ତ ଓସିଏର ମୁଁ ମେମ୍ବର ନାହିଁ । ଦେଖିବା ଆଗକୁ କଣ ହେଉଛି । ଓଡିଶା କ୍ରିକେଟ ମୋତେ ବହୁତ ସୁନାମ ଦେଇଛି । ମୋତେ ଫେରିବାକୁ ସୁଯୋଗ ମିଳିଲେ ମୁଁ ଫେରିବି । ଆମକୁ ମାନିବାକୁ ପଡ଼ିବ ବର୍ତ୍ତମାନ ସମୟରେ ଓଡ଼ିଶା କ୍ରିକେଟ ପଛରେ ରହିଛି । ଯାହାର କାରଣ କେବଳ ଖେଳାଳି ନୁହନ୍ତି ବରଂ ସମ୍ପୂର୍ଣ୍ଣ ସଂଘ ଏଥିପାଇଁ ଚିନ୍ତା କରିବା ଆବଶ୍ୟକ ।

ସଂଘ ସମେତ ପୂର୍ବତନ ଖେଳାଳିମାନଙ୍କୁ ଏକାଠି କରି ଆଲୋଚନା କରାଗଲେ ଏହି ସ୍ଥିତିରେ ସୁଧାର ଆସି ପାରିବ । 'ଓସିଏ ସଭାପତି ପଦରୁ ଇସ୍ତଫା ଦେବା ବବି ଦାସଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ଭଲ ପ୍ରଦର୍ଶନ ହେଉନାହିଁ ବୋଲି ଖାଲି ଖେଳାଳିଙ୍କୁ ଦୋଷ ଦେଲେ ହେବନି, ବହୁତ କଥା ଭାବିବାକୁ ପଡ଼ିବ । ଖେଳାଳି, କୋଚ, ଚୟନକର୍ତ୍ତା ସମସ୍ତେ ବସିକି ପ୍ରଦର୍ଶନ ଉପରେ ଆଗାମୀ ଭବିଷ୍ୟତ ନେଇ ଆଲୋଚନା କରିବା କଥା । ମୁଁ ନିଶ୍ଚିତ ଭାବେ ରେସରେ ଅଛି । '












Click it and Unblock the Notifications