କରୋନା ଟିକାକରଣରେ ଓଡ଼ିଶାର ରେକର୍ଡ: କୋଟିଏ ଲୋକଙ୍କୁ ଦିଆଗଲା ପ୍ରଥମ ଡୋଜ
କରୋନା ଟିକାକରଣରେ ଓଡ଼ିଶାର ରେକର୍ଡ । କୋଟିଏ ଓଡିଶାବାସୀ ନେଲେଣି ପ୍ରଥମ ଡୋଜ୍ କୋରନା ଟିକା । ବର୍ତ୍ତମାନ ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ କୋଟିଏ ମାର୍କ ଅତିକ୍ରମ କରିଛି ।
ଭୁବନେଶ୍ବର: କରୋନା ଟିକାକରଣରେ ଓଡ଼ିଶାର ରେକର୍ଡ । କୋଟିଏ ଓଡିଶାବାସୀ ନେଲେଣି ପ୍ରଥମ ଡୋଜ୍ କୋରନା ଟିକା । ବର୍ତ୍ତମାନ ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ କୋଟିଏ ମାର୍କ ଅତିକ୍ରମ କରିଛି । ଏନେଇ ସ୍ବାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ତେବେ ରାଜ୍ୟରେ ଟିକା ଯୋଗାଣରେ ବିଳମ୍ବ ହେବା ସତ୍ବେ ଏହି ରେକର୍ଡ ରହିଛି ଓଡିଶା । ଏହାର ଶ୍ରେୟ ଓଡ଼ିଶାବାସୀ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଉଛି ବୋଲି କହିଛି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଟିକା ଅପଚୟ ଅନ୍ୟ ରାଜ୍ୟ ତୁଳନାରେ ଢେର କମ ରହିଛି। କିଭଳି ସୁରୁଖୁରୁରେ ସମସ୍ତେ ଟିକା ନେଇପାରିବେ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ଓଡ଼ିଶା ସରକାର। ସମସ୍ତଙ୍କୁ ଟିକାକରଣରେ ସାମିଲ କରିବା ପାଇଁ ଲକ୍ଷ୍ୟ ଥିବାବେଳେ ଅଧିକରୁ ଅଧିକ ଟିକା ଓଡ଼ିଶା ଦାବି କରୁଛି।












Click it and Unblock the Notifications