ରାଜ୍ୟରେ ତିନି ହଜାର ପାର୍ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଗଲା 4 ଜଣଙ୍କ ଜୀବନ
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 3144 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଚାରି ଜଣଙ୍କର ଜୀବନ ଯାଇଛି ।
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ତିନି ହଜାର ପାର୍ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ଯରେ 3144 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା 364594ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 1823 ଜଣ ସଂଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ 1321 ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 497 ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ 49ଜଣ, ବାଲେଶ୍ୱର ଜିଲ୍ଲାରୁ 28ଜଣ, ବରଗଡ଼ ଜିଲ୍ଲାରୁ 156ଜଣ, ଭଦ୍ରକ ଜିଲ୍ଲାରୁ 51ଜଣ, ବଲାଙ୍ଗୀର ଜିଲ୍ଲାରୁ 92ଜଣ, ବୌଦ୍ଧ ଜିଲ୍ଲାରୁ 7ଜଣ, କଟକ ଜିଲ୍ଲାରୁ 140ଜଣ,

ଦେଓଗଡ଼ ଜିଲ୍ଲାରୁ 21ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ 67ଜଣ, ଗଞ୍ଜାମ ଜିଲ୍ଲାରୁ 44ଜଣ, ଜଗତସିଂହପୁର ଜିଲ୍ଲାରୁ 18ଜଣ, ଯାଜପୁର ଜିଲ୍ଲାରୁ 76ଜଣ, ଝାରସୁଗୁଡ଼ା ଜିଲ୍ଲାରୁ 119ଜଣ, କଳାହାଣ୍ଡି ଜିଲ୍ଲାରୁ 53ଜଣ, କନ୍ଧମାଳ ଜିଲ୍ଲାରୁ 13ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 15ଜଣ, କେନ୍ଦୁଝର ଜିଲ୍ଲାରୁ 128ଜଣ, କୋରାପୁଟ ଜିଲ୍ଲାରୁ 18ଜଣ, ମାଲକାନଗିରି ଜିଲ୍ଲାରୁ 4ଜଣ, ମୟୁରଭଞ୍ଜ ଜିଲ୍ଲାରୁ 68ଜଣ, ନବରଙ୍ଗପୁର ଜିଲ୍ଲାରୁ 96ଜଣ, ନୟାଗଡ଼ ଜିଲ୍ଲାରୁ 29ଜଣ ଓ ନୂଆପଡ଼ା ଜିଲ୍ଲାରୁ 395ଜଣ ଚିହ୍ନଟ ହୋଇଛନ୍ତି ।
ଅପରପକ୍ଷରେ ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ କରୋନାରେ 4 ଜଣଙ୍କର ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1942କୁ ବୃଦ୍ଧି ପାଇଛି । ମୃତମାନେ ଯଥାକ୍ରମେ ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏହି ମୃତ୍ୟକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1942ରେ ପହଞ୍ଚିଛି ।












Click it and Unblock the Notifications